କାମଳ କବଜାରେ କଟକ ସହର

କଟକ : କାମଳ କବଜାରେ କଟକ ସହର। କିଛି ଦିନ ତଳେ କଟକର ଯୋବ୍ରା ଓ ନୂଆପଡା ଅଞ୍ଚଳରେ ଜଣ୍ଡିସ୍ ଦେଖାଦେଇଥିବା ବେଳେ ଏବେ କନିକା ଛକ, ସିଦ୍ଧେଶ୍ୱର ସାହି, ମାନସିଂ ପାଟଣା, ରାମଗଡ଼ ଆଦି ଅଞ୍ଚଳରେ ଜଣ୍ଡିସ୍ ଆତଙ୍କ।

ସିଦ୍ଧେଶ୍ୱର ସାହିର ଲକ୍ଷ୍ମୀପ୍ରିୟା ମହାରଣାଙ୍କ ୧୨ ବର୍ଷର ଝିଅ ଜଣ୍ଡିସରେ ଆକ୍ରାନ୍ତ। ତାଙ୍କ ଭଳି ସ୍ଥାନୀୟ ଅଞ୍ଚଳର ସୁଶାନ୍ତ ପରିଡାଙ୍କ ୧୦ ବର୍ଷର ପୁଅକୁ ବି ଜଣ୍ଡିସ୍। ଏହି ରୋଗ ବ୍ୟାପିବା ନେଇ ଲୋକେ ସିଧାସଳଖ ପ୍ରଶାସନକୁ ଦାୟୀ କରିଛନ୍ତି। ଦୀର୍ଘ ଦିନ ଧରି ପାଇପ୍‌ରୁ ଦୂଷିତ ପାଣି ଆସୁଥିଲେ ମଧ୍ୟ ପାଣି ପାଇପ୍ ବଦଳା ଯାଉନି ଏବଂ ଜାଇକା କାମ ଯୋଗୁଁ ପାଣି ପାଇପ୍ ଫାଟି ଡ୍ରେନ ପାଣିରେ ମିଶୁଥିବାରୁ ଜଣ୍ଡିସ୍ ବ୍ୟାପୁଥିବା ଅଭିଯୋଗ ହୋଇଛି।

ଅନ୍ୟପଟେ ଆଜି ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି ଜିଲ୍ଲାପାଳ। ସିଏମ୍‌ସିର ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ପିଏଚ୍‌ଡି ବିଭାଗର ଅଧିକାରୀ ୩ଟି ଟିମ୍ ଗଠନ ସହ ପାଣି ନମୁନା ଏବଂ ରକ୍ତ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ଲାଗି ପଠାଯାଇଛି। କଟକ ସହରରେ ପ୍ରତିବର୍ଷ ମହାମାରୀ ଜଣ୍ଡିସ୍ ବ୍ୟାପୁଛି, କିନ୍ତୁ ଲୋକେ ସଚେତନ ହେଉନାହାନ୍ତି କି ପ୍ରଶାସନ ବି ଏଥିପ୍ରତି ଧ୍ୟାନ ଦେଉନି, ଯାହା ଚିନ୍ତାର ବିଷୟ।

ଆହୁରି ପଢ଼ନ୍ତୁ

ଓଡ଼ିଶାରେ କୋଭିଡ୍‌ ପରିଚାଳନାକୁ ନେଇ ପ୍ରଶ୍ନ ଉଠାଇଲେ ବିଜେଡି ବିଧାୟକ

ଦିନକରେ ଓଡ଼ିଶାରେ ୧୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଓଡ଼ିଶାରେ କରୋନା ସ୍ଥିତି: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩,୯୨୨ ପଜିଟିଭ୍‌

ଅକ୍ଟୋବରରୁ ଓଡ଼ିଶାର ସମସ୍ତ ପର୍ଯ୍ୟଟନସ୍ଥଳୀ ଖୋଲିବାକୁ ଯୋଜନା

ସମ୍ପର୍କୀୟଙ୍କ ସହ ମିଶି ପତ୍ନୀଙ୍କୁ ମାଡ଼ ମାରିଲେ ଡେପୁଟି କଲେକ୍ଟର

JEE Advanced 2020: କୋଭିଡ୍‌ ଗାଇଡ୍‌ଲାଇନ୍ସ ପାଳନ କରି ହେବ ପରୀକ୍ଷା

ଗ୍ୟାସ ସିଲିଣ୍ଡର ସଜାଡ଼ୁଥିବା ବେଳେ ହଠାତ୍ ଲାଗିଲା ନିଆଁ; ୬ ଗୁରୁତର

ବିଧାନସଭା ଅଧିବେଶନରେ ସରକାରଙ୍କୁ ଘେରିବାକୁ ବିଜେପିର ରଣନୀତି

ସୁସ୍ଥ ହେଲେ ୪୭୬୧ କରୋନା ଆକ୍ରାନ୍ତ

ରାଜନେତାଙ୍କ ଅପରାଧିକ ମାମଲାର ତଥ୍ୟ ଦିଅ: ହାଇକୋର୍ଟ

ଭୁବନେଶ୍ୱର ମହାନଗର ଅଞ୍ଚଳରୁ ଆଉ ୩୧୯ ପଜିଟିଭ୍ ଚିହ୍ନଟ

ବୈଜୟନ୍ତ ପୁଣି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ

You might also like