ଭୁଶୁଡ଼ି ପଡ଼ିଲା ଯାଜପୁର ଉପକାରାଗାର ପାଚେରି

ଯାଜପୁର: ଲଗାଣ ବର୍ଷା ଯୋଗୁ ଯାଜପୁର ଉପକାରାଗାରର ପାଚେରି ଭୁଶୁଡ଼ି ପଡ଼ିଛି। ଗତକାଲି ବିଳମ୍ବିତ ରାତିରେ ଉପକାରାଗାର ବାହାର ପାଚେରି ଭୁଶୁଡ଼ି ପଡ଼ିଥିଲା।

ତେବେ ଏହି ଦୁର୍ଘଟଣାରୁ କଏଦୀମାନେ ଓ ଉପକାରାଗାରର ଷ୍ଟାଫ୍‌ମାନେ ଅଳ୍ପକେ ବର୍ତ୍ତିଯାଇଛନ୍ତି। କେହି କଏଦୀ ଆହତ ହୋଇ ନ ଥିବା ଜଣାପଡ଼ିଛି।

ଭୁଶୁଡ଼ି ପଡ଼ିଥିବା ପାଚେରିଟି ବହୁ ବର୍ଷ ପୁରୁଣା ବୋଲି ଜଣାପଡ଼ିଛି।

You might also like