ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ମାମଲା

ଅାଜି ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ଜନସ୍ୱାର୍ଥ ସମ୍ପର୍କିତ ମାମଲାର ଶୁଣାଣି

ଭୁବନେଶ୍ୱର: ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ଜନସ୍ୱାର୍ଥ ସମ୍ପର୍କିତ ମାମଲାର ଶୁଣାଣି ଅାଜି ହେବ। ପୂର୍ବରୁ ଜୁନ୍ ୮ ଓ ଜୁଲାଇ ୫ ତାରିଖରେ ଦୁଇଥର ମାମଲାର ଶୁଣାଣି କରି ସର୍ବୋଚ୍ଚ ଅଦାଲତ ୧୨ଟି ଅାଦେଶ କାର୍ଯ୍ୟକାରୀ କରିବାକୁ ପ୍ରସ୍ତାବ ଦେଇଥିଲେ।

ଏହି ୧୨ଟି ମଧ୍ୟରୁ ୯ଟି ପ୍ରସ୍ତାବ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନିଅାଯାଇଛି । କିନ୍ତୁ ଅନୁଦାନ ଅାଟିକା, ବଂଶାନୁକ୍ରମିକ ସେବା ପରମ୍ପରା ଉଚ୍ଛେଦ ଓ ଜଗନ୍ନାଥ ମନ୍ଦିର ଅାଇନ ସଂଶୋଧନ ଉପରେ କୌଣସି ନିଷ୍ପତ୍ତି ନିଅାଯାଇପାରିନାହିଁ । ଶ୍ରୀମନ୍ଦିରରେ ଦର୍ଶନ ଶୃଙ୍ଖଳା, ଦାନଦକ୍ଷିଣା ଓ ଅନ୍ୟ କିଛି ପ୍ରସଙ୍ଗରେ ମନ୍ଦିର ପରିଚାଳନା କମିଟି ଏବଂ ଛତିଶାନିଯୋଗ ବୈଠକରେ ଅାଲୋଚନା ସରିଛିା

ରାଜ୍ୟ ସରକାର ଗଠନ କରିଥିବା ତିନିଜଣିଅା ବିଶେଷଜ୍ଞ କମିଟି ମଧ୍ୟ ବିଭିନ୍ନ ପ୍ରସଙ୍ଗକୁ ନେଇ ଜନଶୁଣାଣି କରିବା ସହିତ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ଉପରେ ପ୍ରସ୍ତାବ ରଖିଛନ୍ତି।

You might also like