ଦିଲ୍ଲୀ ଏମ୍ସରେ ନିରାଡମ୍ବର ଭାବେ ଜଗା-କାଳିଆଙ୍କ ଜନ୍ମଦିନ ପାଳନ
ଭୁବନେଶ୍ୱର : ଦିଲ୍ଲୀ ଏମ୍ସରେ ଅସ୍ତ୍ରୋପଚାର ପରେ ଅଲଗା ହୋଇଥିବା କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା କାଳିଆଙ୍କ ଆଜି ତୃତୀୟ ଜନ୍ମଦିନ। ଅସ୍ତ୍ରୋପଚାର ପରେ ପ୍ରଥମ ଥର ପାଇଁ ଉଭୟେ ସେମାନଙ୍କ ଜନ୍ମଦିନ ପାଳନ କରିବେ। ଏଥିପାଇଁ ଦିଲ୍ଲୀ ଏମ୍ସରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।
ତେବେ ନିରାଡମ୍ବର ଭାବେ ଉଭୟ ଶିଶୁଙ୍କ ଜନ୍ମଦିନ ପାଳିବାକୁ ନିଷ୍ପତ୍ତି ହୋଇଛି। ଏହାପୂର୍ବରୁ ଦୁଇ ଶିଶୁଙ୍କ ଖ୍ରୀଷ୍ଟମାସ ଏବଂ ନୂଆବର୍ଷ ପାଳନ ପାଇଁ ବିଶେଷ ଆୟୋଜନ କରାଯାଇଥିଲା। ଜଗା କାଳିଆ ବର୍ତ୍ତମାନ ଦିଲ୍ଲୀ ଏମ୍ସରେ ଅଛନ୍ତି। ଉଭୟଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପୂର୍ଣ୍ଣ ସୁସ୍ଥ ଅଛି। ଯୋଡ଼ାମୁଣ୍ଡ ଅବସ୍ଥାରେ ଥିବାବେଳେ ଓଟିଭି ପ୍ରଥମେ ଏହି ଦୁଇ ଭାଇଙ୍କ ସମ୍ପର୍କରେ ଖବର ପ୍ରସାରଣ କରିଥିଲା। ଏହାପରେ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରି ଉଭୟଙ୍କ ଚିକତ୍ସା ପାଇଁ ସହାୟତାର ହାତ ବଢ଼ାଇଥିଲେ।
ଗତ ଅକ୍ଟୋବର ମାସରେ ଦିଲ୍ଲୀ ଏମ୍ସରେ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଦ୍ୱାରା ଅସ୍ତ୍ରୋପଚାର କରାଯାଇ ଏହି ଦୁଇ ଶିଶୁଙ୍କୁ ଅଲଗା କରାଯାଇଥିଲା।
ଦେଖନ୍ତୁ ଏହି ଭିଡ଼ିଓ-