ଏମ୍ସରୁ ଡିସଚାର୍ଜ ହେବେ ଜଗା, କାଳିଆ
ଦିଲ୍ଲୀ: ଏମ୍ସରୁ ଖୁବ୍ ଶୀଘ୍ର ଡିସଚାର୍ଜ ହେବେ ଜଗା କାଳିଆ। ଜଗା କାଳିଆଙ୍କ ଡିସଚାର୍ଜ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ୨ରୁ ୩ ଦିନ ମଧ୍ୟରେ ଉଭୟଙ୍କୁ ଦିଲ୍ଲୀରୁ ଓଡ଼ିଶା ଭବନକୁ ସ୍ଥାନାନ୍ତର କରାଯିବାର ସମ୍ଭାବନା ରହିଛି। ଏହି ସୂଚନା ଦେଇଛନ୍ତି ଜଗା କାଳିଆଙ୍କ ବାପା ଭୁଇଁଆ କହଁର। ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଥିବାରୁ ଏମ୍ସରୁ ଡିସଚାର୍ଜ ନେଇ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି।
ଗତ ବର୍ଷ ଅକ୍ଟୋବର ୨୫ ଓ ୨୬ ତାରିଖ ଦୁଇ ଦିନ ଧରି ଏମ୍ସର ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଦ୍ୱାରା ବିରଳ ଅସ୍ତ୍ରୋପଚାର କରାଯାଇ ଜଗା ଓ କାଳିଆଙ୍କ ଯୋଡ଼ାମୁଣ୍ଡକୁ ଅଲଗା କରାଯାଥିଲା। ଯୋଡ଼ାମୁଣ୍ଡ ଅବସ୍ଥାରେ ଥିବା ବେଳେ ଓଟିଭିରେ ପ୍ରଥମେ ଖବର ପ୍ରସାରଣ କରାଯାଇଥିଲା। ଏହାପରେ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରି ଉଭୟଙ୍କ ଚିକତ୍ସା ପାଇଁ ସହାୟତାର ହାତ ବଢ଼ାଇଥିଲେ।