ଆଇଜିଏଚ୍‌ ହେବ ସୁପର ସ୍ପେସିଆଲିଟି ହସ୍ପିଟାଲ; କାମ ଆରମ୍ଭ

ରାଉରକେଲା: ଇସ୍ପାତ୍‌ ଜେନେରାଲ ହସ୍ପିଟାଲ (ଆଇଜିଏଚ୍‌)କୁ ସୁପର ସ୍ପେସିଆଲିଟି ହସ୍ପିଟାଲ କରିବା ପାଇଁ ମୋଦି ଯେଉଁ ଘୋଷଣା କରିଥିଲେ ସେହି କାମ ଆରମ୍ଭ ହୋଇଯାଇଛି।

କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଚୌଧୁରୀ ବିରେନ୍ଦ୍ର ସିଂ ଗତକାଲି ରାଉରକେଲା ଗସ୍ତ ଅବସରରେ ଏହି ସୂଚନା ଦେଇଛନ୍ତି। ଏହି ଅବସରରେ ସେ ବର୍ଣ୍ଣ ଓ ପ୍ଲାଷ୍ଟିକ ସର୍ଜରୀ ବିଭାଗର ସୁପର ସ୍ପେସିଆଲିଟି ବ୍ଳକର ଶିଳାନ୍ୟାସ କରିଥିଲେ। ଏହାର ନିର୍ମାଣ ପାଇଁ ପ୍ରାୟ ୧୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିବା ସେ ସୂଚନା ଦେଇଛନ୍ତି।

ତେବେ ଆଇଜିଏଚ୍‌ରେ ବର୍ତ୍ତମାନ ଡାକ୍ତର ଏବଂ ସ୍ପେସାଲିଷ୍ଟ ଡାକ୍ତରଙ୍କ ସଂଖ୍ୟା କମ୍‌ ଥିବା କହିଛନ୍ତି ବିରେନ୍ଦ୍ର ସିଂ। ଗସ୍ତ ସମୟରେ ମନ୍ତ୍ରୀ ଚୌଧୁରୀ ବିରେନ୍ଦ୍ର ସିଂ ଆର୍‌ଏସ୍‌ପି ପ୍ଲାଣ୍ଟ ମଧ୍ୟ ବୁଲି ଦେଖିଥିଲେ। ବର୍ତ୍ତମାନ ଆର୍‌ଏସ୍‌ପିର ଉତ୍ପାଦନରେ ବୃଦ୍ଧି ହୋଇଥିବା ସେ କହିଛନ୍ତି।

ସମଗ୍ର ବିଶ୍ୱରେ ଷ୍ଟିଲ ଉତ୍ପାଦନରେ ଏବେ ଭାରତ ଆଗୁଆ ରହିଛି। ଆଗାମୀ ଦିନରେ ସମଗ୍ର ଦେଶରେ ଓଡ଼ିଶା ଷ୍ଟିଲ ଉତ୍ପାଦନରେ ଏକ ନମ୍ବର ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

 

You might also like