ତୈଳଦର ବୃଦ୍ଧି ପାଇଁ ଅାମେରିକାକୁ ଦାୟୀ କଲେ ଧର୍ମେନ୍ଦ୍ର ପ୍ରଧାନ

କ୍ରମାଗତ ତୃତୀୟ ଦିନ ପାଇଁ ପେଟ୍ରୋଲ ଓ ଡିଜେଲର ମାତ୍ରାଧିକ ଦରବୃଦ୍ଧି

ଭୁବନେଶ୍ୱର : କ୍ରମାଗତ ୩ୟ ଦିନ ପାଇଁ ପେଟ୍ରୋଲ ଓ ଡିଜେଲ ଦର ମାତ୍ରାଧିକ ଭାବେ ବୃଦ୍ଧି ପାଇଛି। ସେପଟେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୃଦ୍ଧି ପାଉଥିବା ତୈଳ ଦରକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଦେଶରେ ତୈଳଦର ବୃଦ୍ଧି ଚିନ୍ତାଜନକ। ଅନ୍ତରାଷ୍ଟ୍ରୀୟ ବଜାରରେ ତେଲଦାମ ଚିନ୍ତାଜନକ ଭାବେ ବଢିଛି।

ଅାମେରିକାର ବୈଦେଶିକ ନୀତି ଯୋଗୁଁ ବିଶ୍ୱର ସବୁ ଦେଶର ମୁଦ୍ରା ଡଲାର ତୁଳନାରେ ଅବମୂଲ୍ୟାୟନ ହୋଇଛି। ଭାରତୀୟ ଏଥିପାଇଁ ତେଲ ଦର ବୃଦ୍ଧି ପାଇଁ ଅାମେରିକା ଦାୟୀ। ଉଭୟ ଘରୋଇ ଅର୍ଥନୀତିକୁ ପ୍ରଭାବିତ କରୁଛି। ସରକାର ଏହା ପାଇଁ ଚିନ୍ତିତ ଅଛନ୍ତି।

 

You might also like