ଶିଳ୍ପାକୋ କ୍ୟା ହୁଅା ?

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ପୁଣି ଗର୍ଭବତୀ ହୋଇଥିବା ନେଇ ଚର୍ଚ୍ଚା I ମୁମ୍ବାଇର ଏକ କ୍ଲିନିକରୁ ଏହି ସେଲିବ୍ରିଟି ଶିଳ୍ପପତି ଫେରୁଥିବା ବେଳର ଫଟୋକୁ ନେଇ ସୋସିଅାଲ ମିଡିଅାରେ ଚର୍ଚ୍ଚା ଜୋର ଧରିଛି I ଶିଳ୍ପାକୋ କ୍ୟା ହୁଅା ଟ୍ୟାଗ୍ ଲାଇନ ଥାଇ ଏହି ଫଟୋ ଭାଇରାଲ ହେଉଛି ।

ତେବେ ଶିଳ୍ପା ଏହାକୁ ରେଗୁଲାର ଚେକ୍ ଅପ୍ ଏବଂ ସେ ଗର୍ଭବତୀ ନୁହଁନ୍ତି ବୋଲି ଟ୍ବିଟ୍ କରିଛନ୍ତି I ସେ କେବଳ ରେଗୁଲାର ଚେକ୍ ଅପ୍ ପାଇଁ ଡାକ୍ତରଙ୍କ ପାଖକୁ ଯାଇଥିଲେ ବୋଲି କହିଛନ୍ତି I #ଶିଳ୍ପାକୋ କ୍ୟା ହୁଅା # କୁଛ୍ ନେହିଁ ! ହେ ଭଗବାନ ! ଲେଖି ସେ ଟ୍ୱିଟ କରିଛନ୍ତି I ସେ ଅାହୁରି କହିଛନ୍ତି ସେ ଉପରକୁ ଯେତିକି ସୁସ୍ଥ ଦେଖାଯାଉଛନ୍ତି ଭିତରେ ସେତିକି ସୁସ୍ଥ ରହିଛନ୍ତି କି ନାହିଁ ଜାଣିବାକୁ ଚେକ୍ ଅପ୍ କରିଥିଲେ, ଯାହା ସମସ୍ତେ କରିବା ଉଚିତ୍ I ରୋଗ ହେଲେ ଔଷଧ ଖାଇ ଭଲ ହେବା ଅପେକ୍ଷା ରୋଗଠାରୁ ଦୂରେଇ ରହିବା ଭଲ ବୋଲି ସେ କହିଛନ୍ତିI ଉଲ୍ଲେଖଯୋଗ୍ୟ, ଶିଳ୍ପା ଓ ରାଜ କୁନ୍ଦ୍ରାଙ୍କର ଏକ ପୁଅ ଅଛି I

You might also like