ହୀରାକୁଦରେ ପାଣି ଫୁଲ୍, ହେଲେ କ୍ଷମତା ଠାରୁ ହେଉଛି ଯଥେଷ୍ଟ କମ୍ ବିଜୁଳି ଉତ୍ପାଦନ

ହୀରାକୁଦ : କାହିଁକି କମୁଛି ହୀରାକୁଦ ଜଳଭଣ୍ଡାରର ବିଜୁଳି ଉତ୍ପାଦନ କ୍ଷମତା? ଡ୍ୟାମରେ ପର୍ଯ୍ୟାପ୍ତ ପାଣି ଥିଲେ ବି କେଉଁ କାରଣ ପାଇଁ କମ୍ ହେଉଛି ବିଦ୍ୟୁତ୍ ଉତ୍ପାଦନ? ଗତ କିଛି ମାସ ଧରି ହୀରାକୁଦ ଡ୍ୟାମରୁ ଲଗାତାର ଭାବେ ସ୍ୱଳ୍ପ ବିଦ୍ୟୁତ ଉତ୍ପାଦନ ପ୍ରକ୍ରିୟାକୁ ନେଇ ଜୋର ଧରୁଛି ବିବାଦ। ହୀରାକୁଦର ମୋଟ ୭ଟି ୟୁନିଟରୁ ଏବେ କାର୍ଯ୍ୟକ୍ଷମ ହେଉଛି ମାତ୍ର ୪ଟି। ଏସବୁ ୟୁନିଟରୁ ଅତିକମ୍‌ରେ ଦୈନିକ ୧୪୯ ମେଗାଓ୍ୱାଟ୍ ବିଦ୍ୟୁତ ଉତ୍ପାଦନ ହେବା କଥା। ହେଲେ ଗତ କିଛି ମାସ ଧରି ଏହାର ଚାରି ଭାଗରୁ ଭାଗେ ବି ଉତ୍ପାଦନ ହେଉନି।

ଡ୍ୟାମ୍‌ରେ ପାଣିର ଅଭାବ ନାହିଁ, ତା’ସହ ୟୁନିଟର କ୍ଷମତା ଥାଇ ବି ଆବଶ୍ୟକ ପରିମାଣର ବିଦ୍ୟୁତ ଉତ୍ପାଦନ ନହେବା ପଛରେ ସରକାରୀ ଷଡ଼ଯନ୍ତ୍ରକୁ ଦାୟୀ କରିଛନ୍ତି ଜଳ ଅଧିକାର କର୍ମୀ ରଂଜନ ପଣ୍ଡା। ଏପରିକି ଶିଳ୍ପ ସଂସ୍ଥାଗୁଡ଼ିକର ଆବଶ୍ୟକତା ପୂରଣ ପାଇଁ ସରକାର ପାଣି ଗଚ୍ଛିତ ରଖାଯାଉଥିବା ଚାଷୀ ନେତା ଅଭିଯୋଗ କରିଛନ୍ତି।

ହୀରାକୁଦରୁ ଦୈନିକ କେତେ ବିଦ୍ୟୁତ୍ ଉତ୍ପାଦନ ହେବ, ତାହା ନିର୍ଦ୍ଧାରଣ କରିଥାଏ ଷ୍ଟେଟ୍ ଲୋଡ୍ ଡେସ୍ପାଚ୍ ସେଣ୍ଟର ବା SLDC। ରାଜ୍ୟର ସମସ୍ତ ବିଦ୍ୟୁତ ଉତ୍ପାଦନ କେନ୍ଦ୍ର ଭଳି ହୀରାକୁଦରୁ ବି କେଉଁ ଦିନ କେତେ ବିଦ୍ୟୁତ ଉତ୍ପାଦନ ହେବ, ତାହା ଏହି ସଂସ୍ଥାର ନିର୍ଦ୍ଦେଶ ଉପରେ ହିଁ ନିର୍ଭର କରେ। ତେଣୁ ଜଳଭଣ୍ଡାରର ଉତ୍ପାଦନ କ୍ଷମତା ଯଥେଷ୍ଟ ଥିଲେ ବି SLDCଙ୍କ ନିର୍ଦ୍ଦେଶ ମୁତାବକ ହିଁ ବିଜୁଳି ଉତ୍ପାଦିତ ହେଉଥିବା କହିଛନ୍ତି OHPC ବିଦ୍ୟୁତ୍ ବିଭାଗ ମହାପ୍ରବନ୍ଧକ।

ଏବେ ଖରାଦିନ ଆରମ୍ଭ ହୋଇଥିବା ବେଳେ ଆଗକୁ ବିଜୁଳି ସଙ୍କଟ ଆଶଙ୍କା ବଢିବ। ପ୍ରଶ୍ନ ଉଠୁଛି କେଉଁ ଉଦ୍ଦେଶ୍ୟ ରଖି SLDC ଏତେ କମ୍ ପରିମାଣର ବିଦ୍ୟୁତ ଉତ୍ପାଦନ ପାଇଁ ନିର୍ଦ୍ଦେଶ ଦେଉଛନ୍ତି? ତେବେ ଏ ନେଇ SLDC କର୍ତ୍ତୃପକ୍ଷଙ୍କ କୌଣି ପ୍ରତିକ୍ରିୟା ମିଳିପାରି ନାହିଁ।
ଦେଖନ୍ତୁ ଏହି ଭିଡ଼ିଓ-

You might also like