ରାଜ୍ୟ ବିଧାନ ପରିଷଦକୁ ନେଇ ବିଜେଡି-ବିଜେପି ମଧ୍ୟରେ ହୋଇଛି କି ମ୍ୟାଚ୍ ଫିକ୍ସିଂ ?

ଅାଟାକିଂ ମୁଡ୍‌ରେ କଂଗ୍ରେସ୍

ଭୁବନେଶ୍ୱର : ଅାଟାକିଂ ମୁଡ୍‌ରେ କଂଗ୍ରେସ୍। ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପ୍ରସଙ୍ଗରେ ପିସିସି ସଭାପତିଙ୍କ ଧନାଧନ୍ ଅାକ୍ରମଣ ପରେ ଅାଜି ମୈଦାନକୁ ଓହ୍ଲାଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ୍ ନେତା ଅାନନ୍ଦ ଶର୍ମା। ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରିଛନ୍ତି ଅାନନ୍ଦ ଶର୍ମା। ଓଡ଼ିଶାରେ ଉଭୟ ଦଳ ମଧ୍ୟରେ ଯେଉଁ ଲଢେଇ ଚାଲିଛି ତାହା କେବେଳ ଲୋକ ଦେଖାଣିଅା, ପ୍ରକୃତରେ ଏଠାରେ ମ୍ୟାଚ୍ ଫିକ୍ସିଂ ହୋଇଥିବା ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ନବୀନଙ୍କ ଉପରେ ଚାପ ପକାଇ ବିଜେଡିକୁ ନୂଅା ସମୀକରଣ ଅାଡକୁ ବିଜେପି ଟାଣୁଛି।

ଏହାଛଡ଼ା ଉଭୟ ଉଭୟଙ୍କୁ ସହଯୋଗ କରୁଥିବା କହି ଏହା ପଛର କାରଣ ବି ଦର୍ଶାଇଛନ୍ତି ଅାନନ୍ଦ। ଯୁକ୍ତି ଦର୍ଶାଇଛନ୍ତି ୨୦୧୯ ନିର୍ବାଚନରେ ଓଡିଶା, ପଶ୍ଚିମବଙ୍ଗ ଓ ଅାସାମରେ ବିଜେପିକୁ ଅଧିକ ସିଟ୍ ମିଳିବ ନାହିଁ। ତେଣୁ ଦିଲ୍ଲୀରେ ସରକାର ଗଠନ ପାଇଁ ଅାବଶ୍ୟକ ପଡିଲେ ବିଜେପି, ବିଜେଡିର ସହଯୋଗ ଲୋଡିପାରେ।

ପ୍ରଶ୍ନ ଉଠୁଛି, ଏନ୍‌ଡିଏ ପ୍ରାର୍ଥୀଙ୍କୁ ସମର୍ଥନ ପଛରେ ବିଜେପି-ବିଜେଡି ମଧ୍ୟରେ କିଛି ଡିଲ୍ ହୋଇଛି ? ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ଏନ୍‌ଡିଏ ପ୍ରାର୍ଥୀଙ୍କୁ ସମର୍ଥନ ଦେବା ବଦଳରେ ବିଧାନ ପରିଷଦକୁ ରିଟର୍ଣ୍ଣ ଗିଫ୍ଟ ଭାବେ ଅାଶା ରଖିଛି ବିଜେଡି।

କୁହାଯାଉଛି ଏ ନେଇ ପ୍ରସ୍ତାବ ପଠାଯିବା ପରେ କେନ୍ଦ୍ରଠାରୁ ଏହାର ଶୀଘ୍ର ଅନୁମୋଦନ ପାଇଁ ଅପିଲ୍ କରିବ ଓଡ଼ିଶା। ସେପଟେ କଂଗ୍ରେସ ଅଭିଯୋଗ କରିଛି କେବଳ ବିଧାନ ପରିଷଦ ନୁହେଁ, ଚିଟ୍‌ଫଣ୍ଡ ଦୁର୍ନୀତିର ତଦନ୍ତ ସିବିଅାଇ କରୁଥିବାରୁ ସେ କ୍ଷେତ୍ରରେ ବି ଡିଲ୍ ହୋଇଛି।

ବଦଳୁଥିବା ରାଜନୈତିକ ପରିସ୍ଥିତିରୁ ବାସ୍ତବରେ କାହାକୁ କେତେ ଫାଇଦା ମିଳୁଛି ତାଉପରେ ନଜର ରହିଛି।

You might also like