ଦିଗନିର୍ଣ୍ଣୟକାରୀ ଉପଗ୍ରହ INRSS-1I ର ସଫଳ ଉତ୍କ୍ଷେପଣ
ଶ୍ରୀହରିକୋଟା: ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ (ଇସ୍ରୋ)ର ସ୍ୱଦେଶୀ ସାଟେଲାଇଟ INRSS-1I ର ସଫଳ ଉତ୍କ୍ଷେପଣ। ଭୋର ୪ଟା ୪ ମିନିଟରେ PSLV-C41 ରକେଟ୍ ଜରିଆରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧୱନ ମହାକାଶ କେନ୍ଦ୍ରରୁ ଏହାକୁ ସଫଳତାର ସହ ଉତ୍କ୍ଷେପଣ କରାଯାଇଛି।
INRSS-1I ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ହୋଇଥିବା ଏକ ନାଭିଗେସନ୍ ସାଟେଲାଇଟ। ଏହା ସାମୁଦ୍ରିକ ନାଭିଗେସନ ସହ ସୈନ୍ୟ କ୍ଷେତ୍ରରେ ମଧ୍ୟ ସହାୟତା ମିଳିପାରିବ। ୧ ହଜାର ୪୨୦ କୋଟି ଟଙ୍କା ଖର୍ଚ୍ଚରେ ପ୍ରସ୍ତୁତ ହୋଇଥିବା ଏହି ସାଟେଲାଇଟର ଓଜନ ରହିଛି ୧ ହଜାର ୪ ୨୫ କିଲୋଗ୍ରାମ। ଲମ୍ବା ୧.୫୮ ମିଟର, ଉଚ୍ଚତା ୧.୫ ମିଟର ଓ ଓସାର ୧.୫ ମିଟର ରହିଛି।
INRSS-1I ଉପଗ୍ରହ ଏହାର ପୂର୍ବ ଭର୍ସନ IRNSS-1Aର ସ୍ଥାନରେ କାର୍ଯ୍ୟ କରିବ। ଦୁଇ ବର୍ଷ ପୂର୍ବରୁ ଏହି ଉପଗ୍ରହରେ ବ୍ୟବସ୍ଥିତ ରୁବିଡିଅମ ଅଟୋମିକ କ୍ଲକ୍ କାମ କରିବା ବନ୍ଦ କରି ଦେଇଛି।
ତେବେ ଏହି ଉପଗ୍ରହ ଉତ୍କ୍ଷେପଣ GSAT-6A ଭଳି ସମସ୍ୟାର ସମ୍ମୁଖୀନ ହେବ ନାହିଁ ବୋଲି ଜଣା ପଡ଼ିଛି। ଏଥିପାଇଁ ଇସ୍ରୋର ବୈଜ୍ଞାନିକ ଓ ଇଂଜିନିୟରମାନେ GSAT-6A ସହ ପୁନଃ ଯୋଗାଯୋଗ ସ୍ଥାପନ କରିବା ପାଇଁ ଉଦ୍ୟମ ଚଳାଇଛନ୍ତି।