ଟ୍ରେନ୍‌ରେ ମିଳିବ ଭଲ ଖାଦ୍ୟ, ନୂଆ ତରିକା ଆପଣେଇବ IRCTC

ନୂଆ ଦିଲ୍ଲୀ : ରେଲୱେରେ ପ୍ରତିଦିନ ୨କୋଟିରୁ ଅଧିକ ଲୋକ ଯାତ୍ରା କରନ୍ତି। ଲକ୍ଷ ଲକ୍ଷ ଲୋକ ରେଲୱେ ଷ୍ଟେସନ ଓ ଟ୍ରେନ୍‌ରେ ଦିଆ ଯାଉଥିବା ଖାଦ୍ୟ ଉପରେ ନିର୍ଭର କରିଥାନ୍ତି, ଯାହାର ମାନକୁ ନେଇ ବାରମ୍ବାର ଅଭିଯୋଗ ଆସେ। ଆଉ ମଧ୍ୟ ଲୋକେ କ୍ୟାଟରିଂ ଷ୍ଟାଫ୍‌ଙ୍କ ବ୍ୟବହାରକୁ ନାପସନ୍ଦ କରନ୍ତି। ଟ୍ରେନ୍‌ରେ ଦୂର ସ୍ଥାନକୁ ଯାତ୍ରା ପୂର୍ବରୁ ଏହି ସମସ୍ୟାରେ ପଡିଥାନ୍ତି ଲୋକେ।

ଏବେ ଟ୍ରେନ୍‌ ଯାତ୍ରୀଙ୍କ ପାଇଁ ଏକ ଭଲ ଖବର। ରେଲୱେ କ୍ୟାଟରିଂ ଆଣ୍ଡ ଟୁରିଜିମ୍‌ କର୍ପୋରେସନ(IRCTC) ଖୁବ୍‌ ଶୀଘ୍ର ଏକ ନୂଆ ଉପାୟ ଆପଣେଇବାକୁ ଯାଉଛି। ଯାହା ଦ୍ୱାରା  ଟ୍ରେନ୍‌ ଖାଦ୍ୟର ଗୁଣବତ୍ତା ଉପରେ ନଜର ରଖାଯିବ। IRCTC ଅନେକ ଦିନ ଧରି ଲୋକଙ୍କର ଏହି ସମସ୍ୟାକୁ ସୁଧାରିବା ପାଇଁ ଚେଷ୍ଟା କରୁଥିଲା। ଆଉ ଏବେ ଏକ ନୂଆ ଟେକ୍‌ନିକ୍‌ ପ୍ରୟୋଗ କରି ଏହାର ସମାଧାନ କରିବାକୁ ପ୍ରୟାସ କରିଛି। ଟ୍ରେନ୍‌ରେ ଦିଆଯାଉଥିବା ଖାଦ୍ୟର ଗୁଣବତ୍ତା ଓ ଏହାର ସଫା ସୁତରା ପ୍ରତି  ଧ୍ୟାନ ଦେବାକୁ ଆର୍ଟିଫିସିଆଲ୍‌ ଇଣ୍ଟେଲ୍‌ଜେନ୍ସିର ପ୍ରୟୋଗ କରାଯିବ। ଏହି ଟେକ୍‌ନିକ୍‌କୁ ଆଣିବା ପଛରେ କେବଳ ଲୋକଙ୍କୁ ଉନ୍ନତ ମାନର ଖାଦ୍ୟ ଯୋଗାଇବା ଉଦ୍ଦେଶ୍ୟ ରହିଥିବା IRCTC କହିଛି। ତେବେ ଏହି ଆର୍ଟିଫିସିଆଲ୍‌ ଇଣ୍ଟେଲ୍‌ଜେନ୍ସି କେତେ ଦୂର ସଫଳ ହେବ ତାହା ସମୟ କହିବ।

ଉଲ୍ଲେଖନୀୟ ଯେ , ଅନେକ ଥର ଟ୍ରେନର ଏହି ଅସ୍ୱାସ୍ଥ୍ୟକର ଖାଦ୍ୟର ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ୍‌ ହୋଇଛି। ଯାହାକି ରେଲୱେ ବିଭାଗକୁ ନିନ୍ଦିତ ହେବାକୁ ପଡ଼ିଛି। ଯାତ୍ରୀମାନେ ଟ୍ରେନ୍‌ର ପରସା ଯାଉଥିବା ଖାଦ୍ୟକୁ ନେଇ ବାରମ୍ବାର ମଧ୍ୟ ନାନା ପ୍ରଶ୍ନ ଉଠେଇଛନ୍ତି।

ଆହୁରି ପଢ଼ନ୍ତୁ

ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ନିଜ ପାଇଁ ନିଜେ: ଏକା ଏକା ୩ କିଲୋମିଟର କେନାଲ ଖୋଳିଲେ ଚାଷୀ

ଗଛରେ ମାତ୍ର ୪ଟି ପତ୍ର, ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ

Pranab Mukharjee Death: ପ୍ରଣବ ଦା’ ଙ୍କ ପାଞ୍ଚ ଦଶନ୍ଧିର ରାଜନୀତିରେ ପୂର୍ଣ୍ଣଛେଦ

ଚୀନ୍‌ରେ ଏବେ ବି ପୂଜା ପାଉଛନ୍ତି ଏଇ ଭାରତୀୟ

Atal Tunnel Rohtang Explained: ସେପ୍ଟେମ୍ବରରେ ଉଦ୍‌ଘାଟନ ହେବ ବିଶ୍ୱର ସର୍ବବୃହତ ସୁଡ଼ଙ୍ଗପଥ ‘ଅଟଳ ଟନେଲ୍‌‌’

ଜାତୀୟ କ୍ରୀଡ଼ା ଦିବସରେ ‘ହକି ଯାଦୁଗର’ଙ୍କୁ ସଲାମ୍

ଚିତ୍ରକର ଆଙ୍କିଥିଲେ ଜବରଦସ୍ତ ପେଣ୍ଟିଂ; ଲୋକେ କହିଲେ ସୁଶାନ୍ତ ସିଂହ ରାଜପୁତ

ବାପାଙ୍କ ସହ ମିଶି ଅଷ୍ଟମ ଶ୍ରେଣୀର ଛାତ୍ର କଲା ନିଆରା ଉଦ୍ଭାବନ

ବଲିଉଡ୍ କୋରିଓଗ୍ରାଫର ଏବେ ଚା’ ଦୋକାନୀ

୬୨ତମ ଜନ୍ମଦିନରେ ଦୌଡ଼ିଲେ ୬୨.୪ କିଲୋମିଟର୍

You might also like