ପଞ୍ଜାବ ରଖିଲାନି ବାଙ୍ଗଲୋର କିଣିନେଲା, ଏବେ ଚମତ୍କାର ରିଭର୍ସ ସ୍ୱିପ ଖେଳୁଛନ୍ତି ମ୍ୟାକ୍ସୱେଲ୍
ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର୍ ଲିଗରେ ଗ୍ଲେନ୍ ମ୍ୟାକ୍ସୱେଲଙ୍କ ପ୍ରଦର୍ଶନ ସେତେ ଆଖିଦୃଶିଆ ନଥିଲା। ଗତ ବର୍ଷ ମଧ୍ୟ ତାଙ୍କର ପ୍ରଦର୍ଶନ ଖୁବ୍ ଖରାପ ଥିଲା। ଯେଉଁଥିପାଇଁ କିଙ୍ଗସ ଇଲେଭେନ୍ ପଞ୍ଚାବ ତାଙ୍କୁ ଏଥର ନିଲାମ ପାଇଁ ରିଲିଜ କରିଦେଇଥିଲା। କିନ୍ତୁ ଗତ ଫେବ୍ରୁଆରୀରେ ହୋଇଥିବା ନିଲାମୀରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର ମ୍ୟାକ୍ସୱେଲଙ୍କୁ ୧୪.୨୫ କୋଟି ଟଙ୍କାରେ କିଣି ନିଜ ଟିମରେ ସାମିଲ କରିଛି। ବାଙ୍ଗଲୋର ନିଜ ଟିମର ମିଡିଲ ଅର୍ଡର ମଜଭୁତ୍ କରିବାକୁ ଚାହୁଁଛି। ତେଣୁ ସେ ମ୍ୟାକ୍ସୱେଲଙ୍କୁ ଟିମରେ ସାମିଲ କରିଥିବା କୁହାଯାଉଛି। ଅଷ୍ଟ୍ରେଲିଆର ଏହି ଅଲରାଉଣ୍ଡର ବାଙ୍ଗଲୋରର ମିଡିଲ ଅର୍ଡର ସମ୍ଭାଳିପାରିବେ ବେଲି ଦଳ ଆଶାବାଦୀ ରହିଛି।
ଗ୍ଲେନ୍ ମ୍ୟାକ୍ସୱେଲ୍ ନିଜର ଏହି ନୂଆ ଭୁମିକା ପାଇଁ ଜୋରାଦାର ଅଭ୍ୟାସ୍ ଆରମ୍ଭ କରିଦେଇଛନ୍ତି। ସେ ନିଜକୁ ଫିଟ୍ କରିବା ଓ ନିଜ ଫର୍ମକୁ ଫେରିବା ପାଇଁ ପଡ଼ିଆରେ ଅକ୍ଲାନ୍ତ ପରିଶ୍ରମ କରୁଥିବା ଦେଖାଯାଇଛି। କ୍ୱାରେଣ୍ଟାଇନରୁ ବାହାରିବା ପରଠାରୁ ହିଁ ସେ ଅଧିକାଂଶ ସମୟ କ୍ରିକେଟ୍ ଅଭ୍ୟାସରେ ବିତାଉଛନ୍ତି। ମ୍ୟାକ୍ସୱେଲ ଏବେ ରିଭର୍ସ ସ୍ୱିପ୍ ସଟ୍ ଖେଳିବା ପାଇଁ ଅଭ୍ୟାସ କରୁଥିବା ସୂଚନା ମିଳିଛି ।
ବାଙ୍ଗଲୋର ଟିମ୍ ସହ ଗ୍ଲେନ୍ ମ୍ୟାକ୍ସୱେଲଙ୍କ ପ୍ରଥମ ଦିନ ଅଭ୍ୟାସର ଏକ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ମ୍ୟାକ୍ସୱେଲ ରିଭର୍ସ ସ୍ୱିପ୍ ଖେଳିବାର ଅଭ୍ୟାସ କରୁଥିବା ଦେଖାଯାଇଛି। ଏହି ଅଭ୍ୟାସ ଭିଡିଓ ଫ୍ରାଞ୍ଚାଇଜ୍ ସଂସ୍ଥା ପକ୍ଷରୁ ଅଫିସିଆଲ ଟ୍ୱିଟର ହାଣ୍ଡେଲରେ ପୋଷ୍ଟ କରାଯାଇଛି।
Glenn Maxwell’s Day Out @Gmaxi_32 came. Maxwell reverse swept. And Maxwell had fun. Watch The Big Show and Kyle Jamieson at their first practice session for #RCB ahead of #IPL2021.#PlayBold #WeAreChallengers pic.twitter.com/naMXQcAROQ
— Royal Challengers Bangalore (@RCBTweets) April 6, 2021
ଭିଡିଓ ଆରମ୍ଭରେ, ୩୨ ବର୍ଷୀୟ ମ୍ୟାକ୍ସୱେଲ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳର ଅଭ୍ୟାସ ଦେଖୁଛନ୍ତି । ସେ ଦଳର କ୍ରିକେଟ୍ ଅପରେସନ୍ସ ମାଇକ୍ ହେସନଙ୍କ ସହ ଅଛନ୍ତି । ଏହା ପରେ ସେ ୟୁଜବେନ୍ଦ୍ର ଚହଲଙ୍କ ସହ ମସ୍ତି କରୁଥିବା ନଜର ଆସିଛନ୍ତି।
ଏହା ପରେ ମ୍ୟାକ୍ସୱେଲ ଏକ ଅଭ୍ୟାସ ମ୍ୟାଚରେ ଭାଗ ନେଇଥିଲେ। ଏଠାରେ ସେ ତାଙ୍କର ଦମ୍ ଦେଖାଇଛନ୍ତି। ଏହି ମ୍ୟାଚରେ ମ୍ୟାକ୍ସୱେଲ, ଚହଲ ଓ ଡେନ୍ କ୍ରିଷ୍ଟନଙ୍କ ଅନେକ ବଲକୁ ସୁଇଚ୍ ହିଟ୍, ପ୍ୟାଡଲ୍ ଏବଂ ରିଭର୍ସ ସୁଇପ୍ ଖେଳିଥିଲେ।
ଅଭ୍ୟାସ ବେଳେ ଗ୍ଲେନ୍ ମ୍ୟାକ୍ସୱେଲ ଅତ୍ୟନ୍ତ ଆତ୍ମବିଶ୍ୱାସର ସହ ଖେଳୁଥିବା ଦେଖାଯାଇଥିଲା। ମ୍ୟାକ୍ସୱେଲ ନିଜ ବ୍ୟାଟିଂର ଭିନ୍ନ ଶୈଳୀ ପାଇଁ ପରିଚତ। ତେଣୁ ବାଙ୍ଗାଲୋର ପ୍ରଶଂସକ ମାନେ ମଧ୍ୟ ମ୍ୟାକ୍ସୱେଲଙ୍କଠାରୁ ପଡ଼ିଆରେ ଉତ୍ତମ ପ୍ରଦର୍ଶନର ଆଶା ରଖିଛନ୍ତି।