ବେଟିଂ ରାକେଟର ପର୍ଦ୍ଦାଫାଶ
ସମ୍ବଲପୁର : ସମ୍ବଲପୁରରେ IPL ବେଟିଂ ଅଭିଯୋଗରେ ୬ ଗିରଫ। ଏଥିସହ ସେମାନଙ୍କ ନିକଟରୁ ୬୭ ହଜାର ଟଙ୍କା ସହ ୧୦ଟି ମୋବାଇଲ ଜବତ କରିଛି ପୋଲିସ। ଗରିଫ ଅଭିଯୁକ୍ତମାନେ ହେଲେ ରାଜେଶ ଅଗ୍ରୱାଲ, ସୁଦର୍ଶନ ମିଶ୍ର, ରାଜଦୀପ ଅଗୱାଲ, ସରୋଜ କୁମାର ହୋତା, ତପନ ଖେରୁଲାଲ ଏବଂ ଆକାଶ ଅଗ୍ରୱାଲ।
ଗତକାଲି ସନ୍ଧ୍ୟାରେ ଚେନ୍ନାଇ ଓ ମୁମ୍ବାଇ ମଧ୍ୟରେ ଖେଳ ବେଳେ ସିନ୍ଦୁରପଙ୍କ ପେଟ୍ରୋଲ ପମ୍ପ ନିକଟରେ IPL ବ୍ୟାଟିଂ ଚାଲିଥିଲା। କୌଣସି ସୂତ୍ରରୁ ଖବର ପାଇ ଏସ୍ପି ସଂଜୀବ ଆରୋରାଙ୍କ ନିର୍ଦ୍ଦେଶରେ ଏକ ସ୍ପେଶାଲ ସ୍କ୍ୱାଡ୍ ସେଠାରେ ଚଢ଼ାଉ କରି ୬ ଜଣଙ୍କୁ ଗିରଫ କରିଥିଲା।
ମୋବାଇଲ ଜରିଆରେ ଏମାନେ ବେଟିଂ ରାକେଟ ଚଳାଇଥିବା ପୋଲିସ ପକ୍ଷରୁ କୁହାଯାଇଛି। ଏହି ରାକେଟର ମୁଖ୍ୟ ଛତିଶଗଡ଼ର ବୋଲି ଜଣାପଡ଼ିଛି।