ଲାଞ୍ଚ ନେଇ ଜଟଣୀ ଥାନା IIC ଗିରଫ

୫୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଧରାପଡ଼଼ିଲେ

ଖୋର୍ଦ୍ଧା :  ୫୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଅାଇଅାଇସି। ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା IIC ସଞ୍ଜୀବ ମହାନ୍ତି ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ଗିରଫ କରିଛି ଭିଜିଲାନ୍ସ ଟିମ୍ ।

ସୂଚନା ଅନୁସାରେ , ଆଜି ସନ୍ଧ୍ୟାରେ  ସ୍ଥାନୀୟ କୁଦିଆରୀ ଗ୍ରାମର  ଜଣେ  ଯୁବକଙ୍କୁ ଏକ ଜମିଜମା  ମାମଲା ସମାଧାନ  ଆଳରେ ୫୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ।  ଉକ୍ତ ଯୁବକ ତାଙ୍କୁ ଏହି ଟଙ୍କା  ଦେବା ପୂର୍ବରୁ  ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କୁ  ଏ ବାବଦରେ ଜଣାଇଥିଲେ । ଆଜି ସନ୍ଧ୍ୟାରେ ଚୁକ୍ତି ମୁତାବକ ଟଙ୍କା ନେଉଥିବା ବେଳେ ଜଟଣୀ ଥାନା ପରିସରରେ  ହଠାତ୍‌  ଚଢଉ କରି  ଲାଞ୍ଚ ନେଉଥିବା ଅବସ୍ଥାରେ ସଞ୍ଜୀବଙ୍କୁ ଧରିଛି ଭିଜିଲାନ୍ସ।

ସଞ୍ଜୀବଙ୍କ ଜଟଣୀସ୍ଥିତ ଘର ଭିଜିଲାନ୍ସ ଟିମ୍ ଯାଞ୍ଚ୍ କରୁଥିବା ସୂଚନା ମିଳିଛି।

You might also like