ଥାନା ଅଧିକାରୀଙ୍କ ନାଁରେ ଅଭିଯୋଗ
କେନ୍ଦୁଝର : ଥାନାକୁ ଆସିଥିବା ବେଳେ ଅଭିଯୋଗକାରୀଙ୍କୁ ପୋଲିସ ମାଡ ମାରିଥିବା ନେଇ ଅଭିଯୋଗ। ଏହି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ପଣ୍ଡାପଡା ଥାନାରେ। ଅଭିଯୋଗ ଅନୁଯାୟୀ, ବକ୍ସି ବାରିଗାଁର ଶରତ ଚନ୍ଦ୍ର ମଲ୍ଲିକ ଗତ ୧୨ ତାରିଖରେ ଜଙ୍ଘିରା ବ୍ୟାଙ୍କକୁ ଟଙ୍କା ଜମା କରିବାକୁ ଯାଇଥିଲେ। ହେଲେ ତାଙ୍କ ବାଇକ୍ ଡିକିରୁ କେହି ଟଙ୍କା ଚୋରି କରି ନେଇଥିଲା।
ଏନେଇ ପଣ୍ଡାପଡା ଥାନାକୁ ସେ ଏତଲା ଦେବାକୁ ଯାଇଥିଲେ। କିନ୍ତୁ ତାଙ୍କୁ ନ୍ୟାୟ ବଦଳରେ ଥାନା ଅଧିକାରୀ ଜଣକ ମାଡ ମାରିବା ସହ ତାଙ୍କ ମାଆକୁ ମଧ୍ୟ ପୋଲିସ ମାଡ ମାରିଛି।
ଏନେଇ ସଦର ଏସଡିପିଓଙ୍କୁ ଜଣାଇଛନ୍ତି ଶରତ। ତଦନ୍ତ ପରେ ଘଟଣାର ସତ୍ୟତା ଥିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଏସଡିପିଓ। ହେଲେ ମାଡ ମରାଯିବା ଘଟଣା ନେଇ ସମ୍ପୃକ୍ତ ପୋଲିସ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନି।