ରେଲୱେର ସମୟାନୁବର୍ତ୍ତିତା ଚିନ୍ତା: ଟ୍ରେନ୍ ବିଳମ୍ବ ହେଲେ ମିଳିବ କମ୍ ଗ୍ରେଡ଼
ନୂଆଦିଲ୍ଲୀ/ଭୁବନେଶ୍ୱର: ବର୍ତ୍ତମାନ ଟ୍ରେନରେ ଯାତ୍ରା କରିବା ପାଇଁ ଆଉ ବେଶୀ ସମୟ ଧରି ଅପେକ୍ଷା କରିବାକୁ ପଡ଼ିବ ନାହିଁ। କାରଣ ଯାତ୍ରୀମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ପ୍ରକାରର ଅସୁବିଧା ତଥା ସମୟାନୁବର୍ତ୍ତିତାକୁ ଆଖି ଆଗରେ ରଖି ଭାରତୀୟ ରେଳବାଇ ଟୁ-ଷ୍ଟେଜର ନୂଆ ଯୋଜନା ଆଣିଛି।
ସୂଚନା ଅନୁସାରେ, ରେଲୱେର ଏହି ନୂଆ ଯୋଜନା ଅନୁସାରେ ଏଣିକି ଟ୍ରେନ ବିଳମ୍ବ ନେଇ ଗ୍ରେଡିଂ କରାଯିବ। ଏନେଇ କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋଏଲ୍ ଯୋଜନା କରିଛନ୍ତି ବୋଲି ଜଣାପଡ଼ିଛି।
ଟ୍ରେନ ବିଳମ୍ବତାକୁ ଏଡ଼ାଇବା ପାଇଁ ଜାଣନ୍ତୁ ରେଲୱେର ନୂଆ ଯୋଜନା ବିଷୟରେ…
5 ମିନିଟ୍ ବିଳମ୍ବ: A ଗ୍ରେଡ୍ (5 ପଏଣ୍ଟସ୍)
15 ମିନିଟ୍ ବିଳମ୍ବ: B ଗ୍ରେଡ୍ (4 ପଏଣ୍ଟସ୍)
30 ମିନିଟ୍ ବିଳମ୍ବ: C ଗ୍ରେଡ୍ (3 ପଏଣ୍ଟସ୍)
45 ମିନିଟ୍ ବିଳମ୍ବ: D ଗ୍ରେଡ୍ (2 ପଏଣ୍ଟସ୍)
90 ମିନିଟରୁ କମ୍ ବିଳମ୍ବ: E ଗ୍ରେଡ୍ (1 ପଏଣ୍ଟ୍)
90 ମିନିଟରୁ ଅଧିକ ବିଳମ୍ବ: E ଗ୍ରେଡ୍ (0 ପଏଣ୍ଟ୍)
ସୂଚନାଥାଉ କି, ଟ୍ରେନର ବିଳମ୍ବତାକୁ ଏଡ଼ାଇବା ପାଇଁ, ନ୍ୟାସନାଲ ଟ୍ରାନ୍ସପୋର୍ଟର ମଧ୍ୟ କିଛିଟା ପ୍ରସ୍ତାବ ଦେଇଛି। ଏତଦବ୍ୟତୀତ, ରେଲୱେ ମଧ୍ୟ ଟ୍ରେନ ଗୁଡ଼ିକର ସମୟାନୁବର୍ତ୍ତିତାକୁ ନେଇ ଆହୁରି ଅନେକ ଯୋଜନା କରୁଥିବାର ଜଣାପଡ଼ିଛି।