ସୌଖୀନ ନେତାଙ୍କ ଦାମୀ ଘର, ଜାଣନ୍ତୁ କେତେ କୋଟି ହେବ କାହା ଘର ?

ଆମ ଦେଶରେ କ୍ରିକେଟର, ଫିଲ୍ମଷ୍ଟାର କିମ୍ବା ଶିଳ୍ପପତିଙ୍କ ବିଳାସମୟ ଘରକୁ ନେଇ ସବୁବେଳେ ଚର୍ଚ୍ଚା ହୋଇଥାଏ। ବିଭିନ୍ନ ଗଣମାଧ୍ୟମରେ ମଧ୍ୟ ଏହାକୁ ନେଇ ରୋଚକ ଖବରମାନ ପ୍ରକାଶ ପାଏ। କିନ୍ତୁ ଆପଣ କେବେ ଆମ ସୌଖୀନ ନେତାମାନଙ୍କ ଘର ବିଷୟରେ ଭାବିଛନ୍ତି କି ? ବିଳାସମୟ ଜୀବନଶୈଳୀରେ ଆମ ନେତାମାନେ ଆଦୌ ପଛରେ ନାହାଁନ୍ତି। ଆସନ୍ତୁ ନଜର ପକାଇବା ଆମ ନେତାମାନଙ୍କ ସେହି ବିଳାସମୟ ବଙ୍ଗଳା ବିଷୟରେ।

kamal nathକଂଗ୍ରେସ ନେତା କମଲନାଥ

ଏହି ନେତାଙ୍କର ଦିଲ୍ଲୀ ଫ୍ରେଣ୍ଡ କଲୋନୀସ୍ଥିତ ଏକ ବଙ୍ଗଳା ରହିଛି। ଯାହାର ଦାମ୍ ୨୦୧୪ ମସିହାରେ ୧୨୫ କୋଟି ଟଙ୍କା ଆକଳନ କରାଯାଇଥିଲା। ଏହି ଘରଟି ୨୧ ହଜାର ବର୍ଗଫୁଟ ଜାଗାରେ ନିର୍ମାଣ ହୋଇଛି। ଏହା ବ୍ୟତୀତ କମଲନାଥଙ୍କର ଆଉ କିଛି ଦାମିକିଆ ବଙ୍ଗଳା ମଧ୍ୟ ରହିଛି ।

hema maliniହେମା ମାଳିନୀ  

ଫିଲ୍ମ ହେଉ କିମ୍ବା ରାଜନୀତି ବଲିଉଡ୍‌ ଡ୍ରିମ୍ ଗାର୍ଲ ତଥା ବିଜେପି ନେତ୍ରୀ ହେମାମାଳିନୀଙ୍କର ଦବଦବା ସବୁଠି ରହିଛି। ହେମା ଆଜିକାଲି ଫିଲ୍ମ ଅପେକ୍ଷା ରାଜନୀତିରେ ବେଶ୍‌ ସକ୍ରିୟ । ଏହି ବିଜେପି ନେତ୍ରୀଙ୍କ ଘରର ମୂଲ୍ୟ ୯୦ କୋଟି ଟଙ୍କା ଆକଳନ କରାଯାଇଛି।

jaya bachhanଜୟା ବଚ୍ଚନ

ଉତ୍ତରପ୍ରଦେଶ ସମାଜବାଦୀ ପାର୍ଟିର ରାଜ୍ୟସଭା ସାଂସଦ ଥିବା ଜୟା ବଚ୍ଚନ ମଧ୍ୟ ଜଣେ ଅଭିନେତ୍ରୀ ଭାବରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ବଲିଉଡ୍‌ରୁ ସମୟକ୍ରମେ ଜୟା ରାଜନୀତିରେ ପ୍ରବେଶ କରିଥିଲେ। ତେବେ ଜୟାଙ୍କ ପାଖରେ ମଧ୍ୟ ୯୦ କୋଟି ଟଙ୍କା ମୂଲ୍ୟର ବିଳାସମୟ ଘର ରହିଛି।

ବିଶ୍ୱେନ୍ଦ୍ର ସିଂହ 

ଭରତପୁରର ଶେଷ ରାଜା ମାହାରାଜା ବ୍ରିଜେନ୍ଦ୍ର ସିଂଙ୍କ ପୁତ୍ର ହେଉଛନ୍ତି ବିଶ୍ୱେନ୍ଦ୍ର ସିଂହ। ଏଥିସହିତ ସେ ରାଜସ୍ଥାନର ଦିଗ୍‌କୁହ୍ମେର ନିର୍ବାଚନମଣ୍ଡଳୀର ବିଧାୟକ ମଧ୍ୟ ରହିଛନ୍ତି। ରାଜ ପରିବାରରୁ ଆସିଥିବାରୁ ତାଙ୍କର ମଧ୍ୟ ଏକ ବିଳାସମୟ ରାଜ ମହଲ ଅଛି। ତାଙ୍କ ବଙ୍ଗଳାର ମୂଲ୍ୟ ପ୍ରାୟ ୭୦ କୋଟି ଟଙ୍କା ହେବ।

ରାଣା ଗୁରଜିତ୍‌ ସିଂହ

ପଞ୍ଜାବର ଜଣେ ପ୍ରତିଷ୍ଠିତ ଓ ସଫଳ ବ୍ୟବସାୟୀ ହେଉଛନ୍ତି ରାଣା ଗୁର୍‌ଜିତ୍‌ ସିଂହ। ସେ କଂଗ୍ରେସ ଦଳର ପୂର୍ବତନ ଲୋକସଭା ସାଂସଦ ମଧ୍ୟ ରହିଛନ୍ତି। ତାଙ୍କ ଦାମିକିଆ ବଙ୍ଗଳାର ମୂଲ୍ୟ ୪୪ କୋଟି ଟଙ୍କା ହେବ।

ନଭଜୋତ୍‌ ସିଂହ ସିଦ୍ଧୁ

ପୂର୍ବତନ ଭାରତୀୟ କ୍ରିକେଟର ତଥା ଟିଭି ପର୍ସନାଲିଟି ନବଜୋତ୍‌ ସିଂହ ସିଦ୍ଧୁ ତାଙ୍କ କଥା କହିବାର ଠାଣି ପାଇଁ ବେଶ୍ ପରିଚିତ। ତାଙ୍କ ହସକୁ ନେଇ ସେ ବେଶ୍ ଚର୍ଚ୍ଚିତ  ରହିଥା’ନ୍ତି । ବର୍ତ୍ତମାନ ପଞ୍ଜାବର କଂଗ୍ରେସ ସରକାରରେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଛନ୍ତି ସିଦ୍ଧୁ। ତାଙ୍କ ଘରର ମୂଲ୍ୟ ପ୍ରାୟ ୩୧ କୋଟି ଟଙ୍କା।

ଅମର ସିଂ

ସମାଜବାଦୀ ପାର୍ଟିର ଏହି ପୂର୍ବତନ ନେତାଙ୍କର ଭାରତୀୟ ରାଜନୀତିରେ ଏକଦା ଦବଦବା ରହିଥିଲା। ସବୁବେଳେ ଚର୍ଚ୍ଚାରେ ରହୁଥିଲା ଅମର ସିଂଙ୍କ ଜୀବନ ଶୈଳୀ । ତାଙ୍କ ପାଖରେ ପ୍ରାୟ ୩୦ କୋଟି ଟଙ୍କାର ଏକ ବିଳାସମୟ ଘର ରହିଛି।

ଜ୍ୟୋତିରାଦିତ୍ୟ ସିନ୍ଧିଆ

ମଧ୍ୟପ୍ରଦେଶର ଗୁନା ନିର୍ବାଚନମଣ୍ଡଳୀରୁ ସାସଂଦ ଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ ଜଣେ ରାଜ ପରିବାର ସଦସ୍ୟ। ତାଙ୍କ ଘରର ଦାମ ୨୮ କୋଟି ଟଙ୍କା।

ଅଭିଷେକ ସିଙ୍ଘଭି

ଏହି ନେତା ବୃତ୍ତିରେ ଜଣେ ଓକିଲ ହୋଇଥିଲେ ମଧ୍ୟ ରାଜନୀତରେ ବେଶ୍ ସକ୍ରିୟ। ସେ ବର୍ତ୍ତମାନ କଂଗ୍ରେସର ଦଳର ରାଜ୍ୟସଭା ସାଂସଦ ଓ ପ୍ରବକ୍ତା ଅଛନ୍ତି।  ତାଙ୍କ ଘରର ଦାମ ୨୬ କୋଟି ଟଙ୍କା ହେବ।

ଆହୁରି ପଢ଼ନ୍ତୁ

ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ନିଜ ପାଇଁ ନିଜେ: ଏକା ଏକା ୩ କିଲୋମିଟର କେନାଲ ଖୋଳିଲେ ଚାଷୀ

ଗଛରେ ମାତ୍ର ୪ଟି ପତ୍ର, ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ

Pranab Mukharjee Death: ପ୍ରଣବ ଦା’ ଙ୍କ ପାଞ୍ଚ ଦଶନ୍ଧିର ରାଜନୀତିରେ ପୂର୍ଣ୍ଣଛେଦ

ଚୀନ୍‌ରେ ଏବେ ବି ପୂଜା ପାଉଛନ୍ତି ଏଇ ଭାରତୀୟ

Atal Tunnel Rohtang Explained: ସେପ୍ଟେମ୍ବରରେ ଉଦ୍‌ଘାଟନ ହେବ ବିଶ୍ୱର ସର୍ବବୃହତ ସୁଡ଼ଙ୍ଗପଥ ‘ଅଟଳ ଟନେଲ୍‌‌’

ଜାତୀୟ କ୍ରୀଡ଼ା ଦିବସରେ ‘ହକି ଯାଦୁଗର’ଙ୍କୁ ସଲାମ୍

ଚିତ୍ରକର ଆଙ୍କିଥିଲେ ଜବରଦସ୍ତ ପେଣ୍ଟିଂ; ଲୋକେ କହିଲେ ସୁଶାନ୍ତ ସିଂହ ରାଜପୁତ

ବାପାଙ୍କ ସହ ମିଶି ଅଷ୍ଟମ ଶ୍ରେଣୀର ଛାତ୍ର କଲା ନିଆରା ଉଦ୍ଭାବନ

ବଲିଉଡ୍ କୋରିଓଗ୍ରାଫର ଏବେ ଚା’ ଦୋକାନୀ

୬୨ତମ ଜନ୍ମଦିନରେ ଦୌଡ଼ିଲେ ୬୨.୪ କିଲୋମିଟର୍

You might also like