ଭାରତରେ ସବୁଠୁ ଧିମା ୪ଜି ସ୍ପିଡ୍ : କେମିତି ପୁରା ହେବ ଡିଜିଟାଲ୍ ଇଣ୍ଡିଆର ସ୍ପପ୍ନ ?

ଭାରତ ଡିଜିଟାଲ୍ କ୍ଷେତ୍ରରେ ଉନ୍ନତି କରିବା ପାଇଁ ଅନବରତ ଚେଷ୍ଟା ଚଳେଇଛି ଓ ଡିଜିଟାଲ୍ ଇଣ୍ଡିଆ ହେବାର ଲକ୍ଷ୍ୟରେ ଆଗେଇ ଚାଲିଛି। ହେଲେ ଏହା ସେତେବେଳେ ସମ୍ଭବ , ଯେତେବେଳେ ଏହି ସଂପର୍କିତ ସବୁ ବ୍ୟବସ୍ଥାର  ସଠିକ୍ ରୂପାୟନ ହୋଇପାରିବ। ଏଥିପାଇଁ ସବୁଠୁ ଜରୁରୀ ଭଲ ଇଂଟରନେଟ୍‌ ସେବା । ହେଲେ ମିଳିଥିବା ତଥ୍ୟ ଅନୁସାରେ ,ଇଂଟରନେଟ୍ ସେବା କ୍ଷେତ୍ରରେ ଭାରତ ଏବେ ବହୁତ ପଛରେ।

ଉଲ୍ଲେଖନୀୟ ଯେ,  ଭାରତ ୪-ଜି ଇଂଟରନେଟ୍ ସ୍ପିଡ୍ କ୍ଷେତ୍ରରେ ପୁରା ବିଶ୍ୱରେ ୮୮ଟି ଦେଶ ଠାରୁ ପଛରେ ରହିଛି। ଏହି କ୍ଷେତ୍ରରେ ପାକିସ୍ତାନ ଭାରତ ଠାରୁ ବହୁତ ଆଗରେ । ଭାରତରେ ୪-ଜି ଇଂଟରନେଟ୍‌ର ଆଭରେଜ୍‌ ଡାଉନ୍‌ଲୋଡ ସ୍ପିଡ୍ ୬-Mbps , ପାକିସ୍ତାନରେ ୪-ଜି ଇଂଟରନେଟ୍‌ର ଡାଉନ୍‌ଲୋଡ ସ୍ପିଡ୍  ୧୪-Mbps ରହିଛି। ଓପନ୍ ସିଗନାଲ୍‌ର ରିପୋର୍ଟ ଅନୁସାରେ ,  ସିଙ୍ଗାପୁରରେ ଇଂଟରନେଟ୍‌ର ସ୍ପିଡ୍ ୪୪-Mbps ଥିବାବେଳେ ନର୍ଥଲାଣ୍ଡରେ ଏହି ସ୍ପିଡ୍ ୪୧-Mbps,ସାଉଥ୍‌କୋରିଆରେ ସ୍ପିଡ୍ ୪୦-Mbps ଓ ହଙ୍ଗେରୀରେ ସ୍ପିଡ୍ ୩୯-Mbps।

 ବିଶ୍ୱରେ ଅନ୍ୟ ଦେଶଗୁଡ଼ିକର କଥା ଯଦି ଆଲୋଚନାକୁ ନେବା ତ , ଜଣାପଡ଼ିବ ଯେ ୟୁଏଇରେ ସ୍ପିଡ୍ ୨୮-Mbps ଥିବାବେଳେ ଜାପାନରେ ୪-ଜି ଇଂଟରନେଟ୍‌ର ସ୍ପିଡ୍୨୫-Mbps, ୟୁକେରେ୨୩-Mbps, ଆମେରିକାରେ୪-ଜି ଇଂଟରନେଟ୍‌ର ସ୍ପିଡ୍‌ ୧୬-Mbps । ଏବଂ ଋଷ୍‌ରେ ୪-ଜି ଇଂଟରନେଟ୍‌ ସ୍ପିଡ୍‌ ୧୫-Mbps ଥିବାବେଳେ ଆଲଜେରିଆରେ ମଧ୍ୟ ୪-ଜି ଇଂଟରନେଟ୍‌ର ସ୍ପିଡ୍‌ ଭାରତ ଠାରୁ ୧.୫ଗୁଣା ଅଧିକ ରହିଛି। ଓପେନ୍ ସିଗନାଲ୍‌ର ସୂଚନା ଅନୁସାରେ, ଏହି ସବୁ ଡାଟା  ୧ଅକ୍ଟୋବର ୨୦୧୭ରୁ ୨୯ଡ଼ିସେମ୍ୱର ୨୦୧୭ ମଧ୍ୟରେ ପ୍ରସ୍ତୁତ ହୋଇଛ । ଉକ୍ତ ରିପୋର୍ଟରେ ଧିମା ସ୍ପିଡ୍‌ପାଇଁ ନେଟ୍‌ୱାର୍କର କ୍ଷମତାକୁ ଦାୟୀ କରାଯାଇଛି । ଏହା ବ୍ୟତୀତ ଭାରତରେ ବୃହତ ୪-ଜି ନେଟ୍‌ୱାର୍କ ବି ଏହାର ଏକ ପ୍ରମୂଖ କାରଣ। ବର୍ତ୍ତମାନ ଭାରତରେ ୪-ଜି  ସେବା ପାଖାପାଖି ୮୬% ଲୋକଙ୍କ ପାଇଁ ଉପଲବ୍ଧ ଅଟେ । ୪-ଜି ନେଟ୍‌ୱାର୍କ ୩-ଜି ଠାରୁ ମଧ୍ୟ ଅଧିକ ବେଗରେ କନେକ୍ସନର ଗତି ବଢାଇପାରେ ନାହିଁ ।

ଜିଓ ପୁରା ଭାରତରେ ନିଜର ୪-ଜି ସର୍ଭିସ୍ ସହ ଲଂଚ ହୋଇଥିଲା। ଏୟାରଟେଲ୍ ବି ଏବେ ପୁରା ଭାରତରେ ନିଜର ୪-ଜି ସର୍ଭିସ୍ ଦେଉଛି। ଆଉ ଆଇଡିଆ ମଧ୍ୟ ଦିଲ୍ଲୀ ଓ କୋଲକତାକୁ ଛାଡି ପୁରା ଦେଶରେ ନିଜର ୪-ଜି ସର୍ଭିସ୍ ଦେଉଅଛି। ଭୋଡ଼ାଫୋନ୍ ମଧ୍ୟ ଏବେ ନିଜର  ସର୍କଲରେ ୪-ଜି ସର୍ଭିସ୍ ଦେଉଛି।

You might also like