ପୋଲିସ ଟ୍ରେନିଂ ବେଳେ ଅଘଟଣ
ଅନୁଗୁଳ: ଅନୁଗୁଳରେ ପୋଲିସ ଟ୍ରେନିଂ ବେଳେ ଅଘଟଣ। ଶରଧାପୁରରେ ଥିବା ପ୍ରାକ୍ଟିସ୍ ଗ୍ରାଉଣ୍ଡରେ ଫାୟାରିଂ ପ୍ରାକ୍ଟିସ୍ ବେଳେ ଜଣେ ବୃଦ୍ଧାଙ୍କ ଛାତିରେ ଗୁଳି ବାଜିଛି। ଗୁଳିମାଡ଼ରେ ଗୁରୁତର ବୃଦ୍ଧାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ସେ ସେହି ଶରଧାପୁର ଗାଁର ବୋଲି ଜଣାପଡ଼ିଛି ।