ଚିଲିକା ମଝିରେ ଓହ୍ଲାଇବ ସିପ୍ଲେନ୍‌; ମିଳିଲା ସବୁଜ ସଙ୍କେତ

ନୂଆଦିଲ୍ଲୀ/ଭୁବନେଶ୍ୱର: ଚିଲିକାରେ ଜଳ ବିମାନ ବନ୍ଦର ନେଇ ମିଳିଲା ସବୁଜ ସଙ୍କେତ। ଡିଜିସିଏ ପକ୍ଷରୁ ୱାଟର୍ ଏରୋଡ୍ରମ୍‌ ନେଇ ଜୁନ୍‌ରେ ନିୟମାବଳୀ ଜାରି ହୋଇଥିବା ବେଳେ ଏହି ପ୍ରସ୍ତାବକୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଅନୁମୋଦନ କରିଛନ୍ତି। ଚିଲିକା ସମେତ ସାବରମତୀ ନଦୀ ଓ ସର୍ଦ୍ଦାର ସରୋବର ଡ୍ୟାମ୍‌ରେ ମଧ୍ୟ ଏହି ୱାଟର ଏରୋଡ୍ରମ୍‌ ପ୍ରତିଷ୍ଠା ହେବ।

ଦେଶର ବିଭିନ୍ନ ରାଜ୍ୟରେ ୱାଟର୍‌ ଏରୋଡ୍ରମ୍‌ ପ୍ରତିଷ୍ଠା ନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି। ଯାହାକି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ସହ ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ଏହା ସହାୟକ ହେବ। ୫ଟି ରାଜ୍ୟରେ ୱାଟର୍‌ ଏରୋଡ୍ରମ୍‌ ପ୍ରତିଷ୍ଠା ହେବ। ସେହି ରାଜ୍ୟ ଗୁଡ଼ିକ ହେଲା- ଓଡ଼ିଶା, ଗୁଜରାଟ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର ଓ ଆସାମ। ତେବେ ପ୍ରଥମ ପର୍ଯ୍ୟାୟରେ ଏହି ପ୍ରୋଜେକ୍ଟ ଓଡ଼ିଶାର ଚିଲିକା ହ୍ରଦ, ସାବରମତୀ ଫ୍ରଣ୍ଟ୍‌ ଓ ସର୍ଦ୍ଦାର ସରୋବର ଡ୍ୟାମ୍‌(ଗୁଜରାଟ) ରେ ନିର୍ମାଣ ହେବ ବୋଲି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁ ଟ୍ୱିଟ୍‌ରେ ସୂଚନା ଦେଇଛନ୍ତି। ଏହା ପାଇଲଟ୍‌ ପ୍ରୋଜେକ୍ଟ ଭାବେ ନିର୍ମାଣ ହେବ ବୋଲି ସେ କହିଛନ୍ତି।

ଚିଲିକାରେ ୱାଟର୍ ଏରୋଡ୍ରମ୍ ପ୍ରତିଷ୍ଠାକୁ ମଞ୍ଜୁରୀ ମିଳିବା ପରେ ଏହାକୁ ନେଇ ଟ୍ୱିଟ୍‌ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ଏନେଇ ଧନ୍ୟବାଦ ଜ୍ଞାପନ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ଖୁବ୍ ଶୀଘ୍ର ସିପ୍ଲେନ୍‌ ସ୍ୱପ୍ନ ସତରେ ପରିଣତ ହେବ ବୋଲି ସେ ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି। ଏହାଦ୍ୱାରା ରାଜ୍ୟରେ ପର୍ଯ୍ୟଟନ ଶିଳ୍ପର ବିକାଶ ହେବ। ଏହାସହ ସ୍ୱର୍ଣ୍ଣ ତ୍ରିଭୁଜକୁ ଅନ୍ୟ ଅଞ୍ଚଳ ସହ ସହଜରେ ଯୋଡ଼ିହେବ।

ପ୍ରଥମ ଥର ପାଇଁ ଗୁଜରାଟ ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସି ପ୍ଲେନ୍‌ରେ ଦେଖିବାକୁ ମିଳିଥିଲା।

ଆହୁରି ପଢ଼ନ୍ତୁ

ଉପନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ତିର୍ତ୍ତୋଲବାସୀଙ୍କୁ ସରକାରଙ୍କ ଭେଟି

ଭୁବନେଶ୍ୱରରେ ଚୋରା ବନ୍ଧୁକ ଡିଲ୍‌ର ପର୍ଦ୍ଦାଫାସ

ଦିନକରେ ଓଡ଼ିଶାରେ ଆଖି ବୁଜିଲେ ୧୫ କରୋନା ଆକ୍ରାନ୍ତ

୨୪ ଘଣ୍ଟାରେ ୪,୨୦୮ ପଜିଟିଭ୍‌ ଚିହ୍ନଟ, ଓଡ଼ିଶାରେ ୨ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

୧,୭୦୯ ଜଣ ପୋଲିସ୍ କର୍ମଚାରୀଙ୍କୁ ଦିଆଯିବ ‘ଆନ୍ତରିକ ସୁରକ୍ଷା ସେବା ପଦକ’

ଆଜିଠୁ ଏହି ଜିଲ୍ଲାରେ ୧୫ଦିନ ଯାଏ ରାସ୍ତାକଡ଼ ଫାଷ୍ଟଫୁଡ୍‌ ଦୋକାନ ବନ୍ଦ

ଆଜି ରାଜ୍ୟରେ ସୁସ୍ଥ ହେଲେ ୩୭୭୯ କରୋନା ଆକ୍ରାନ୍ତ

ଜୀବନକୁ ବାଜି ଲଗାଇ ଏମିତି କାମ କଲେ ଦୁଇ ଅଙ୍ଗନବାଡ଼ି କର୍ମୀ

‘କରୋନା ପାଇଁ ମନଇଚ୍ଛା ଔଷଧ ଖାଆନ୍ତୁନି, ନଚେତ୍…’

ଭୁବନେଶ୍ୱରରୁ ଆଜି ୩୪୯ କରୋନା ଆକ୍ରାନ୍ତ ଚିହ୍ନଟ

ମିଳିଲାନି କାନ୍ଧ, ଟ୍ରଲିରେ ଶ୍ମଶାନକୁ ଗଲା ମୃତଦେହ

ନଦୀରେ ପୋଲ ବ୍ୟବସ୍ଥା ନ କରି ବିକଳ୍ପ ହଟାଇ ଦେଲା ପ୍ରଶାସନ, ତାତିଲେ ଲୋକେ

You might also like