ଇମ୍ରାନ୍ ଖାନ୍ଙ୍କ ପ୍ରଥମ ପ୍ରେସ୍ମିଟ୍; ଆରମ୍ଭରୁ ଭାରତ ବିରୋଧୀ ମନ୍ତବ୍ୟ
କରାଚୀ: ପାକିସ୍ତାନ ନିର୍ବାଚନରେ ସଫଳତା ପରେ ଭାବି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କ ପ୍ରଥମ ପ୍ରେସମିଟ୍। ତେବେ କ୍ଷମତା ଗାଦିରେ ବସିବା ପୂର୍ବରୁ ହିଁ ଭାରତ ବିରୋଧୀ ମନୋଭାବ ଦେଖାଇଛନ୍ତି ଇମ୍ରାନ୍। କହିଛନ୍ତି ଭାରତୀୟ ଗଣମାଧ୍ୟମ ଉପରେ ସେ ସନ୍ତୁଷ୍ଟ ନାହାନ୍ତି। ଭାରତୀୟ ଗଣମାଧ୍ୟମ ତାଙ୍କୁ ବଲିଉଡ୍ ଭିଲେନ୍ ଭଳି ଚିତ୍ରଣ କରିଥିବା ଅଭିଯୋଗ କରିଛନ୍ତି ଇମ୍ରାନ୍।
ଅନ୍ୟପକ୍ଷରେ ମୂଳରୁ ହିଁ ସେ କାଶ୍ମୀର କାର୍ଡ ଖେଳିଛନ୍ତି। କହିଛନ୍ତି, ସଂପର୍କ ସୁଧାରିବା ଦିଗରେ କାଶ୍ମୀର ହିଁ ମୁଖ୍ୟ ପ୍ରସଙ୍ଗ। ତେବେ ବିବାଦର ସମାଧାନ ଲାଗି ଭାରତ ପାଦେ ବଢ଼ିଲେ ପାକିସ୍ତାନ ଦିପାଦ ବଢ଼ିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଚୀନ୍କୁ ଇମ୍ରାନ୍ ଭୂୟସୀ ପ୍ରଶଂସା କରିବା ସହ ଏହା ଅର୍ଥନୈତିକ ବିକାଶର ଜ୍ୱଳନ୍ତ ଉଦାହରଣ ବୋଲି ଇମ୍ରାନ୍ କହିଛନ୍ତି।