ଇମ୍ଫା ଆନ୍ଦୋଳନ ଶେଷ, ୧୮ ଦିନ ପରେ ଖୋଲିଲା କମ୍ପାନୀ ଗେଟ୍
ରାୟଗଡ଼ା: ଇମ୍ଫା ଥେରୁବାଲି ପ୍ଲାଣ୍ଟ ସାମ୍ନାରେ ଚାଲିଥିବା ଆନ୍ଦୋଳନ ଶେଷ ହୋଇଛି। ଦୀର୍ଘ ୧୮ ଦିନ ପରେ ଆଜି ଆନ୍ଦୋଳନ ହଟିଛି। ଗତକାଲି ଜିଲ୍ଲା ପ୍ରଶାସନ, ଆନ୍ଦୋଳନକାରୀ ଓ ଇମ୍ଫା କର୍ତ୍ତୃପକ୍ଷଙ୍କ ମଧ୍ୟରେ ହୋଇଥିବା ତ୍ରିପାକ୍ଷିକ ଆଲୋଚନା ପରେ ଆନ୍ଦୋଳନ ହଟିଛି।
ରାୟଗଡ଼ା ଏସ୍ଡିପିଓ ରାଜକିଶୋର ଦାସ୍ ଆନ୍ଦୋଲନ ହଟିବାର ସୂଚନା ଦେଇଥିଲେ। ତାଙ୍କ ଉପସ୍ଥିତିରେ କମ୍ପାନୀ ଗେଟ୍ ଖୋଲା ଯାଇଥିଲା। ସେ କହିଥିଲେ, “ଆନ୍ଦୋଳନ ହଟିଯାଇଛି। ଆମେ ଆଶା କରୁଛୁ, ଶୀଘ୍ର ପ୍ଲାଣ୍ଟ କାମ ଠିକ୍ ଠାକ୍ ଚାଲିବ।”
ଗତ ୨୩ ତାରିଖରୁ ବିଭିନ୍ନ ଦାବି ନେଇ ଆନ୍ଦୋଳନକାରୀ ଇମ୍ଫା କମ୍ପାନୀ ସମ୍ମୁଖରେ ଧାରଣା ଦେବା ସହ ପ୍ଲାଣ୍ଟ ପରିସରକୁ କାହାରିକୁ ଛାଡୁ ନଥିଲେ। ଗତକାଲି ରାତିରେ ରାୟଗଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏହି ବୈଠକ ବସିଥିଲା।