ଆନ୍ଦୋଳନ ରାଜ୍ୟ ସରକାରଙ୍କ ପ୍ରାୟୋଜିତ :  ଭୃଗୁ ବକ୍ସିପାତ୍ର

ଭୁବନେଶ୍ୱର : ଇମ୍ଫା ଥେରୁବାଲିରେ ଆନ୍ଦୋଳନ, ଭଂଗାରୁଜା ଘଟଣାରେ ସାଂଘାତିକ ଆରୋପ ଆଣିଲେ ବିଜେପି ନେତା ଭୃଗୁ ବକ୍ସିପାତ୍ର। ବିଜେପି ସାଧାରଣ ସଂପାଦକ ଭୃଗୁ ବକ୍ସିପାତ୍ର ସାମ୍ବାଦିକ ସମ୍ମିଳନୀ କରି ଏହି ଆନ୍ଦୋଳନକୁ ରାଜ୍ୟ ସରକାରଙ୍କ ପ୍ରାୟୋଜିତ ବୋଲି କହିଛନ୍ତି।

ଇମ୍ଫା ଆଗରେ କେଉଁ ଦାବିରେ ଆନ୍ଦୋଳନ ହେଉଛି ତାହା ଅସ୍ପଷ୍ଟ। ଏହାର ନେତୃତ୍ୱ କିଏ ନେଉଛି ଜାଣି ହେଉନି। ସବୁ ବାହାର ଅଞ୍ଚଳର ଲୋକ ଆନ୍ଦୋଳନ କରୁଛନ୍ତି ବୋଲି ଭୃଗୁ କହିଛନ୍ତି। ଏଥିସହ ସେଠାରେ ପୋଲିସ ପ୍ରଶାସନର କର୍ତ୍ତୃତ୍ୱ ନାହିଁ। ବୁଦ୍ଧିଜୀବୀ ଓ ଲୋକେ ଭୟଭୀତ ଅଛନ୍ତି ଏବଂ କଙ୍ଗାରୁ କୋର୍ଟ ଭଳି ବାତାବରଣ ସୃଷ୍ଟି ହୋଇଛି ବୋଲି ସେ କହିଛନ୍ତି।

ଇମ୍ଫା ଆନ୍ଦୋଳନ ପଛରେ ନବନିର୍ବାଚିତ ସାଂସଦ ଥିବା ସେ ଅଭିଯୋଗ କରିବା ସହ ଏମିତି ହେଲେ ଓଡ଼ିଶାକୁ ଆସୁଥିବା ଶିଳ୍ପପତି ଦୂରେଇ ଯିବେ।  ତେଣୁ ସରକାର ଏହାର ତୁରନ୍ତ ସମାଧାନ କରନ୍ତୁ, ନହେଲେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯିବ ବୋଲି ଭୃଗୁ ବକ୍ସିପାତ୍ର କହିଛନ୍ତି।

You might also like