ସ୍ୱାଭାବିକ ରହିବ ମୌସୁମୀ ବାୟୁ, ୯୭ ପ୍ରତିଶତ ବର୍ଷା

ନୂଆଦିଲ୍ଲୀ: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁରେ ଏବର୍ଷ କେତେ ପରିମାଣରେ ବର୍ଷା ହେବ ସେ ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ଆଗକୁ ମୌସୁମୀ ବାୟୁ ସ୍ୱାଭାବିକ ରହିବା ସହ ସାରା ଦେଶରେ ୯୭ ପ୍ରତିଶତ ବର୍ଷା ହେବ ବୋଲି ପୂର୍ବାନୁମାନରୁ ଜଣାପଡ଼ିଛି। ସେହିପରି ଆଞ୍ଚଳିକ ଭିତ୍ତିରେ ଆଭ୍ୟନ୍ତରୀଣ ଭାରତରେ ୯୯ ପ୍ରତିଶତ ବର୍ଷା ନେଇ ପୂର୍ବାନୁମାନ କରିଛି ଆଇଏମଡି। ହେଲେ ଉତ୍ତର-ପଶ୍ଚିମ ଭାରତରେ ଶହେ ପ୍ରତିଶତ ବର୍ଷା ସମ୍ଭାବନା ଥିବାର ଜଣା ପଡ଼ିଛି।

ସେହିଭଳି ଉତ୍ତର-ପୂର୍ବ ଭାରତରେ ୯୩ ପ୍ରତିଶତ ବର୍ଷା ହୋଇପାରେ ବୋଲି କୁହାଯାଇଛି। ଭାରତରେ କେବଳ ଜୁଲାଇ ମାସରେ ୧୦୧ ପ୍ରତିଶତ ଏବଂ ଅଗଷ୍ଟରେ ୯୪ ପ୍ରତିଶତ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି।

 

You might also like