ମାଡ଼ି ଆସୁଛି ଝଡ଼! ସତର୍କ କଲା ପାଣିପାଗ ବିଭାଗ

ନୂଆଦିଲ୍ଲୀ/ଭୁବନେଶ୍ୱର: ମାଡ଼ି ଆସୁଛି ଝଡ଼ । ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଓଡ଼ିଶା ସମେତ ୧୪ଟି ରାଜ୍ୟକୁ ସତର୍କ ସୂଚନା କରାଯାଇଛି।

କାଳବୈଶାଖୀ, ବଜ୍ରପାତ ଓ ଝଡ଼କୁ ନେଇ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର, ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ମଧ୍ୟପ୍ରଦେଶ, ଛତିଶଗଡ଼, ଗୋଆ, ମହାରାଷ୍ଟ୍ର, ତାମିଲନାଡୁ, ତେଲେଙ୍ଗାନା, କର୍ଣ୍ଣାଟକ ଓ ଆନ୍ଧ୍ର ପ୍ରଦେଶକୁ ସତର୍କ କରାଯାଇଛି।

ଘଡ଼ଘଡ଼ି ସହ କୁଆପଥର ବର୍ଷା ମଧ୍ୟ ହେବାର ସମ୍ଭାବନା ଅଛି। ଏଥିସହ ଆଣ୍ଡାମାନ ଓ ନିକୋବର ଦୀପ, ଆସାମ, ମେଘାଳୟ, ନାଗାଲାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା, ତେଲେଙ୍ଗାନା, ଆନ୍ଧ୍ର ପ୍ରଦେଶ ଓ କେରଳ ଉପକୂଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ସୂଚନାଥାଉ କି, ଚଳିତ ବର୍ଷ ମେ ମାସରେ ଉତ୍ତର ଏବଂ ପଶ୍ଚିମ ଭାରତରେ ଅନେକ ଅଞ୍ଚଳରେ ଘୂର୍ଣ୍ଣିଝଡ଼ର ପ୍ରଭାବରେ ୨ ଶହରୁ ଅଧିକ ଲୋକଙ୍କ ଜୀବନ ଯିବା ସହ ବହୁଲୋକ ଗୁରୁତର ଆହତ ହୋଇଥିଲେ।

ଆହୁରି ପଢ଼ନ୍ତୁ

You might also like