ପରଲୋକରେ ଓଡ଼ିଶା ଶିଳ୍ପ ଜଗତର ଭୀଷ୍ମ ପିତାମହ ବଂଶୀଧର ପଣ୍ଡା

ଭୁବନେଶ୍ୱର : ମଣିଷ ଯେମିତି ମରଣ ବି ସେମିତି। ଜୀବନ ବ୍ୟାପୀ ମାଟିକୁ, ମାଟିର ମଣିଷଙ୍କୁ ଭଲ ପାଉଥିବା ଲୋକଟିର ମରଣକୁ ବି ଦେଖନ୍ତୁ ଶେଷ ସମୟରେ ନିଜ ଗାଁମାଟି ବାରଙ୍ଗ ମଧୁବନ ଗଲେ, ଇଷ୍ଟଦେବଙ୍କୁ ମୁଣ୍ଡିଆ ମାରି ପାଦୁକ ନେଲେ। ଘରକୁ ଫେରିବାର କେଇ ମୁହୂର୍ତ୍ତରେ ଚାଲିଗଲେ ପରଲୋକ। ମୃତ୍ୟୁର ଶେଜରେ ଓଡ଼ିଶାରେ ଶିଳ୍ପ ବିକାଶର ଭଗୀରଥ ବଂଶୀଧର ପଣ୍ଡା। ଓଡ଼ିଶା ଶିଳ୍ପଜଗତର ଭୀଷ୍ମ ପିତାମହ ଯେ ଆଉ ନାହାନ୍ତି ଏହି ଖବର ପ୍ରଚାରିତ ହେବା କ୍ଷଣି ସୁଅ ଛୁଟିଥିଲା ତାଙ୍କ ଭୁବନେଶ୍ୱର ବମିଖାଲ ସ୍ଥିତ ବାସଭବନକୁ। ଜୀବନବ୍ୟାପୀ ପରିବର୍ତ୍ତନର ବୀଜ ବୁଣି ଚାଲିଥିବା ପ୍ରିୟ ମଣିଷଙ୍କ ଶେଷ ଦର୍ଶନ ପାଇଁ ପହଞ୍ଚିଥିଲେ ବହୁ ରାଜନେତା, ଶିଳ୍ପପତି, ବୁଦ୍ଧିଜୀବୀ, ସାଧାରଣ ଜନତା। ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ମଧ୍ୟ ଶୋକବ୍ୟକ୍ତ କରିଛନ୍ତି। ଭାଙ୍ଗିପଡ଼ିଛି ଶିଳ୍ପଜଗତ।

ଭୁବନେଶ୍ୱରରେ ଶୋକାକୁଳ ଜନତାଙ୍କ ଶେଷ ଦର୍ଶନ ପରେ ବିରାଟ ଶୋଭାଯାତ୍ରାରେ ବଂଶୀଧରଙ୍କ ମରଦେହକୁ ନିଆଯାଇଥିଲା ସେଇ ଜନ୍ମମାଟି ମଧୁବନ, ଯାହା କୋଳର ଶେଷ ଛୁଆଁ ନେଇ ସେ ସକାଳେ ଫେରିଥିଲେ। ଆଉ ସଂଜକୁ ସେଇ ଗାଁ ମଶାଣିକୁ ବାହୁଡ଼ିଲେ। ୧୯୩୧ ମସିହାରେ ଜନ୍ମିତ ସ୍ୱର୍ଗତ ପଣ୍ଡା ଏକାଧାରାରେ ଥିଲେ ଜଣେ ଶିଳ୍ପପତି, ବୈଜ୍ଞାନିକ। ସାହିତ୍ୟ, ସଂସ୍କୃତି ଓ କ୍ରୀଡ଼ାର ବିକାଶ ପାଇଁ ବି ଥିଲା ତାଙ୍କ ଅସମ୍ଭବ ଝୁଙ୍କ। ବନାରସ ହିନ୍ଦୁ ୟୁନିଭରସିଟି, ମିଚିଗାନ ୟୁନିଭର୍ସିଟି ଓ ହାଭାର୍ଡ ଭଳି ବିଶ୍ୱସ୍ତରୀୟ ଶିକ୍ଷାନୁଷ୍ଠାନରେ ପାଠ ପଢ଼ି ବି ଶିଳ୍ପ ବିକାଶର ଭଗୀରଥ ସାଜି ଓଡ଼ିଶା ଫେରିଲେ। ୧୯୬୧ରେ ଆଦିବାସୀ ବହୁଳ ରାୟଗଡ଼ା ଥେରୁବାଲିରେ ପ୍ରତିଷ୍ଠା କଲେ ଇମ୍ଫା ଭଳି ବୃହତ ଶିଳ୍ପାନୁଷ୍ଠାନ। ଦେଶର ସର୍ବ ବୃହତ୍ ଫେରୋ ଆଲଏଜ୍ କାରଖାନା-ଇମ୍ଫା ଆଜି ସାରା ବିଶ୍ୱରେ ସୁପରିଚିତ।

ଉତ୍କଳ ଚାମ୍ବର ଅଫ କମର୍ସର ପୂର୍ବତନ ସଭାପତି ଥିଲେ ବଂଶୀଧର। ତାସହ ଜୀବନ କାଳ ମଧ୍ୟରେ ବହୁ ଅନୁଷ୍ଠାନର ଉଚ୍ଚ ପଦ ପଦବୀରେ ମଧ୍ୟ ରହିଥିଲେ। ଆଇଆଇଟି ଖଡ଼ଗପୁର ଓ ଆଇଆଇଏମ୍ କୋଲକାତାର ବୋର୍ଡ ଅଫ୍ ଗଭର୍ଣ୍ଣିଂ ବଡ଼ି ସଦସ୍ୟ ଥିଲେ ବଂଶୀଧର। ତାସହ ଏୟାର ଇଣ୍ଡିଆ ଓ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍‌ର ବୋର୍ଡ ମେମ୍ବର ଥିଲେ।

ଏନଆଇଟି ବୋର୍ଡ ଅଫ୍ ଗଭର୍ଣ୍ଣର୍ସର ଅଧ୍ୟକ୍ଷ ମଧ୍ୟ ଥିଲେ ବଂଶୀଧର। ସାହିତ୍ୟ କ୍ଷେତ୍ରରେ ସାରଳା ପୁରସ୍କାର ଓ କ୍ରୀଡ଼ା କ୍ଷେତ୍ରରେ ଏକଲବ୍ୟ ପୁରସ୍କାରର ବି ସେ ଥିଲେ ପ୍ରବର୍ତ୍ତକ। ସେ ଆଜି ନାହାନ୍ତି ସତ ହେଲେ ଓଡ଼ିଶାର ଆକାଶରେ ତାରା ହୋଇ ଝଟକୁ ଥିବେ ସବୁଦିନ।

ଆହୁରି ପଢ଼ନ୍ତୁ

ସବୁଜିମାରେ ହସିବ ମରୁଭୂମି; ୭ ଘଣ୍ଟାରେ ହୋଇପାରିବ ଚାଷ ଉପଯୋଗୀ

ଭାରତୀୟଙ୍କ ମସ୍ତିଷ୍କ ଚୀନ୍‌ ଲୋକଙ୍କ ମସ୍ତିଷ୍କଠାରୁ ଛୋଟ

ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ନିଜ ପାଇଁ ନିଜେ: ଏକା ଏକା ୩ କିଲୋମିଟର କେନାଲ ଖୋଳିଲେ ଚାଷୀ

ଗଛରେ ମାତ୍ର ୪ଟି ପତ୍ର, ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ

Pranab Mukharjee Death: ପ୍ରଣବ ଦା’ ଙ୍କ ପାଞ୍ଚ ଦଶନ୍ଧିର ରାଜନୀତିରେ ପୂର୍ଣ୍ଣଛେଦ

ଚୀନ୍‌ରେ ଏବେ ବି ପୂଜା ପାଉଛନ୍ତି ଏଇ ଭାରତୀୟ

Atal Tunnel Rohtang Explained: ସେପ୍ଟେମ୍ବରରେ ଉଦ୍‌ଘାଟନ ହେବ ବିଶ୍ୱର ସର୍ବବୃହତ ସୁଡ଼ଙ୍ଗପଥ ‘ଅଟଳ ଟନେଲ୍‌‌’

ଜାତୀୟ କ୍ରୀଡ଼ା ଦିବସରେ ‘ହକି ଯାଦୁଗର’ଙ୍କୁ ସଲାମ୍

ଚିତ୍ରକର ଆଙ୍କିଥିଲେ ଜବରଦସ୍ତ ପେଣ୍ଟିଂ; ଲୋକେ କହିଲେ ସୁଶାନ୍ତ ସିଂହ ରାଜପୁତ

ବାପାଙ୍କ ସହ ମିଶି ଅଷ୍ଟମ ଶ୍ରେଣୀର ଛାତ୍ର କଲା ନିଆରା ଉଦ୍ଭାବନ

You might also like