ବଜ୍ରକାପ୍ତା କାତି ଚୋରା କାରବାରର ବିଦେଶ ଲିଙ୍କ୍
ଭୁବନେଶ୍ୱର: ବଜ୍ରକାପ୍ତା କାତି ଚୋରା କାରବାରରେ ବିଦେଶୀ ଲିଙ୍କ୍। ଓଡିଶାରୁ ଉତ୍ତର ପୂର୍ବ ରାଜ୍ୟ ଦେଇ ଚୀନ, ଇଣ୍ଡୋନେସିଆକୁ ହେଉଛି କାତି ଚାଲାଣ। ବଜ୍ରକାପ୍ତା ଚୋରା ଚାଲାଣର ଓଡିଶା ମାଷ୍ଟର ମାଇଣ୍ଡ ସାମଦୁଦ୍ଦିନକୁ ଜେରା ପରେ ଏସଟିଏଫ୍ ହାତରେ ଧରାପଡିଛି ଆଉଜଣେ ମାଷ୍ଟର ମାଇଣ୍ଡ। ମିଜୋରୋମରୁ ଆଉ ଜଣେ ମାଷ୍ଟର ମାଇଣ୍ଡ ଲାଲଟନ କୁଙ୍ଗୁକୁ କ୍ରାଇମବ୍ରାଞ୍ଚ ଏସିଟିଏଫ୍ ଗିରଫ କରିଛି। ଗିରଫ ପରେ ଲାଲଟନକୁ ଓଡିଶା ଆଣିବାକୁ ଯୋଜନା ଚାଲିଛି। ସାମସୁଦ୍ଦିନ ଜେରାରୁ ବଜ୍ରକାପ୍ତା କାତି ଚୋରା କାରବାରର ବିଦେଶ ଲିଙ୍କ୍ର ହୋଇଛି ଖୁଲାସା। କେବଳ ବଜ୍ରକାପ୍ତା ନୁହେଁ, ବାଘ ଛାଲି କାରବାରରେ ମଧ୍ୟ ସାମସୁଦ୍ଦିନ ଓ ତାର ରାକେଟ ବେଶ୍ ସକ୍ରିୟ। ଓଡିଶାର ଛୋଟ ଶିକାରୀଙ୍କଠୁ ୧୨ ହଜାର ଟଙ୍କାରେ ଏସବୁ ସଂଗ୍ରହ କରାଯାଇ ବିଦେଶରେ ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରି ହେଉଛି। ବିଶେଷକରି ମେଡିସିନ ଓ ମଙ୍ଗଳର ପ୍ରତୀକ ଭାବେ କାତିର ବହୁଳ ବ୍ୟବହାର ହେଉଥିବାରୁ ବିଦେଶରେ ଏହାର ଢେର ଚାହିଦା ରହିଛି ।
ତେବେ ଏଯାଏଁ ଓଡିଶାରୁ ସାମଦୁଦ୍ଦିନ ଖାନ, ତା ପୁଅ, ଗଞ୍ଜାମରୁ ରିହାଜୁଦ୍ଦିନ ଖାନ ଓ ମିଜୋରୋମରୁ ଲାଲଟନ କୁଙ୍ଗୁ ଧରାପଡିଛନ୍ତି। ସେପଟେ ବନବିଭାଗ ମଧ୍ୟ ଏହି ଘଟଣାକୁ ନେଇ ସକ୍ରିୟ ହୋଇପଡିଛି।