ଭାରତରେ ୫ଜି ଟେକ୍ନୋଲୋଜି ପାଇଁ ୫ଟି ଆଇଟି କମ୍ପାନୀ ମିଳାଇଲେ ହାତ

ଭାରତରେ ୫ଜି ଟେକ୍ନୋଲୋଜିର ବିକାଶ ପାଇଁ ଏକ ୩୦୦କୋଟିର ପ୍ରୋଜେକ୍ଟ ପାଇଁ ୫ଟି ଭାରତୀୟ ଆଇଆଇଟି ସଂସ୍ଥାନ ୨୦୦ରୁ ଅଧିକ ରିସର୍ଚ୍ଚର ଓ ଟିଚର୍ସଙ୍କ ସହ ହାତ ମିଳାଇଛନ୍ତି । ଦୂର ସଂଚାର ବିଭିଗର ଏହି ପ୍ରୋଜେକ୍ଟକୁ ସବୁଠୁ ବଡ ପ୍ରୋଜେକ୍ଟ ବୋଲି କୁହାଯାଉଛି ।

ଏହି ପ୍ରୋଜେକ୍ଟରେ ଟେକ୍ନୋଲୋଜି କମ୍ପାନୀ, ଟେଲିକମ୍ ଅପେଟର୍ସ ଏକାଡେମିକ୍  ଓ ଷ୍ଟାର୍ଟ-ଅପରେ ୫ଜିର ଟେଷ୍ଟ କରାଯିବ , ଏଇଥି ପାଇଁକି ଏହା ଉପରେ ଅଧିକ ରିସର୍ଚ କରାଯାଇପାରିବ । ଆଇଆଇଟି , ବମ୍ୱେର ଡିନ୍ ଅଭୟ ଖାଂଡେକର କହିଛନ୍ତି, ‘ଏହା ସବୁଠୁ ବଡ ପ୍ରୋଜେକ୍ଟ ଅଟେ , । ଯେଉଁଠି ଆଇଆଇଟି ମିଳିତ ଭାବେ କାମ କରୁଛନ୍ତି । ଏବଂ ୨୦୦ରୁ ଅଧିକ ଲୋକ ଏକ ଟିମ୍ ଭଳି କାମ କରିବେ  । ’

ଏହି ପ୍ରୋଜେକ୍ଟରେ ମାଡ୍ରାସ୍ , ହାଇଦ୍ରାବାଦ୍,  ମୁମ୍ୱାଇ , ଦିଲ୍ଲୀ ଓ କାନପୁରର ଆଇଆଇଟିଙ୍କ ସହ ଇଣ୍ଡିୟାନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ବାଙ୍ଗାଲୁରୁ ,ସେଂଟର ଅଫ୍ ଏକ୍ସିଲେନ୍ସ  ଇନ୍ ୱାରଲେସ୍ ଟେକ୍ନୋଲୋଜିର ଅଧିକାରୀମାନେ ସାମିଲ ଅଛନ୍ତି ।

You might also like