ଦୁଇ ଦଶନ୍ଧି ପରେ ଷ୍ଟେଜରେ ନାଚିଲେ ବଲିଉଡ ଅଭିନେତ୍ରୀ ରେଖା

୨୪ଜୁନ୍, ୨୦୧୮ ରେ ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍କକର ନଜାରା ଥିଲା କିଛି ଅଲଗା। ଅବସର ଥିଲା ୧୯ତମ ଆଇଫା ଆଓ୍ୱାର୍ଡ। ଭେଟରାନ ଅଭିନେତ୍ରୀ ରେଖାଙ୍କ ଠାରୁ ଆରମ୍ଭ କରି ବଲିଉଡ ହାର୍ଟଥ୍ରୋବ୍ ରଣବୀର କପୁର ନିଜର ପରଫରମାନ୍ସ ଦ୍ୱାରା ଷ୍ଟେଜରେ ନିଆଁ ଲଗେଇ ଦେଇଥିଲେ।

ତେବେ ଏହି ଆଓ୍ୱାର୍ଡ ସୋ’ର ମୁଖ୍ୟ ଆକର୍ଷଣ ସାଜିଥିଲେ ‘ମୁକଦର କା ସିକନ୍ଦର’ ଫେମ୍ ରେଖା। ଦୀର୍ଘ ଦୁଇ ଦଶନ୍ଧି ଅର୍ଥାତ୍ ୨୦ ବର୍ଷ ପରେ ରେଖା ପ୍ରଦର୍ଶନ କରିଥିଲେ ନିଜର ଆଇକନିକ ତଥା ଏଭର ଗ୍ରୀନ୍ ସଙ୍ଗ୍‌ ସଲାମ-ଇ-ଇସ୍କରେ।

କେବଳ ଏହି ଗୋଟିଏ ଗୀତ ନୁହେଁ, ‘ଉମରା ଓ ଜାନ୍’ର ଦିଲ୍ ଚିଜ୍ କ୍ୟା ହୈ, ‘ମୁଗଲ-ଇ-ଆଜାମ’ର ପ୍ୟାର କିୟା ତୋ ଡରନା କ୍ୟା ଗୀତରେ ଦୀର୍ଘ ୨୦ ମିନିଟ ଧରି ପରଫମ୍‌ କରି ଏକ ମେମୋରେବଲ ନାଇଟ ବନେଇଥିଲେ। ରେଖା ପରଫରମାନ୍ସ୍ ବେଳେ ଲାଇଟ ପିଙ୍କ ଅନାରକଲି ଡ୍ରେସରେ ବେଶ ‌ଆକର୍ଷଣୀୟ ଦେଖାଯାଉଥିଲେ । ରେଖାଙ୍କ ଡ୍ୟାନସ ପରେ ଉପସ୍ଥିତ ସମସ୍ତ ଦର୍ଶକ ତାଙ୍କୁ ଛିଡା ହୋଇ ସମ୍ମାନ ଜଣାଇଥିଲେ। ୬୩ ବର୍ଷୀୟ ଏହି ବଲିଉଡ ଆକଟ୍ରେସ ଏବେ ବି ସିନେପ୍ରେମୀଙ୍କ ମନରେ ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଥିବାବେଳେ ତାଙ୍କୁ ବଲିଉଡର ୟଙ୍ଗର ଜେନେରେସନ ଷ୍ଟାର ରଣବୀର, ବରୁନ,ଅର୍ଜୁନ, କାର୍ତ୍ତିକ, କ୍ରିତୀ ଏବଂ ନୁସରତ୍ ପ୍ରମୁଖ ଟ୍ରିବ୍ୟୁଟ ଦେଇଥିଲେ।

 

You might also like
Comments
Loading...