ଆଇଆଇସିଙ୍କୁ ନିର୍ଧୂମ୍‌ ମାଡ଼

ପୁରୀ: ଥାନା ଆଇଆଇସିଙ୍କୁ ନିର୍ଧୂମ ପିଟିଲେ ଲୋକେ। ପୁରୀ ଜିଲ୍ଲା କାକଟପୁର ଥାନା ଆଇଆଇସିଙ୍କୁ କିଛି ଉତ୍ତ୍ୟକ୍ତ ଲୋକେ ମାଡ଼ ମାରିଛନ୍ତି। କାକଟପୁର ଥାନା ଅନ୍ତର୍ଗତ ଦହିଖିଆ ଗାଁରେ ଚୋରା ମଦ କାରବାର ସୂଚନା ପାଇ ପୋଲିସ ଚଢ଼ାଉ ପାଇଁ ଯାଇଥିଲା।

ଏହି ସମୟରେ ଜଣେ ଯୁବକଙ୍କୁ ପୋଲିସ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ପରେ ପୋଲିସ କେନ୍ଦ୍ରାପଟି ଗାଁକୁ ଯାଇ ସେଠାରେ ଚୋରାମଦ ଚଢାଉ ବେଳେ ଗାଁ ଲୋକେ ପୋଲିସକୁ ଦୁଇ ଘଣ୍ଟା ଅଟକ ରଖିଥିଲେ। ତେବେ ପୋଲିସ ସେଠାରୁ ଫେରୁଥିବା ବେଳେ ଦହିଖିଆ ଗାଁରେ ଉତ୍ତ୍ୟକ୍ତ ଲୋକେ ପୋଲିସ ଗାଡ଼ି ଅଟକାଇ ଆଇଆଇସିଙ୍କୁ ଅତର୍କିତ ଆକ୍ରମଣ କରିଥିଲେ।

ଏହାସହ ଟାୟାର ଜାଳି ଅସ୍ତରଂଗ-କାକଟପୁର ମୁଖ୍ୟରାସ୍ତାକୁ ଅବରୋଧ କରିଥିଲେ। ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବାରୁ ୨ ପ୍ଲାଟୁନ୍  ଫୋର୍ସ ପଠାଯାଇଥିଲା। ପରେ ବିଧାୟକଙ୍କ ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଘଟଣା ନେଇ କାକଟପୁର ଥାନାରେ ପୋଲିସ ଏକ ମାମଲା ରୁଜୁ କରିଥିବା ଜଣା ପଡ଼ିଛି।

You might also like