ମନ୍ଦିରରୁ ଅଷ୍ଟଧାତୁ ମୂର୍ତ୍ତି, ସୁନା ଚୋରି

ପୁରୀ: ପୁରୀ ଜିଲ୍ଲା ସାକ୍ଷୀଗୋପାଳ ଥାନା ଅନ୍ତର୍ଗତ ନୂଆଗାଁ ମନ୍ଦିରରୁ ଗତକାଲି ରାତିରେ ଜୟଦୁର୍ଗାଙ୍କ ଅଷ୍ଟଧାତୁ ମୂର୍ତ୍ତି ସହ ସୁନା ମୁକୁଟ ଓ ଅନ୍ୟାନ୍ୟ ପାର୍ଶ୍ୱ ଦେବଦେବୀଙ୍କ ମୂର୍ତ୍ତି ଚୋରି ହୋଇଥିବା ଜଣାପଡ଼ିଛି।

ଦୁର୍ବୃତ୍ତମାନେ ଜୟଦୁର୍ଗା ଠାକୁରାଣୀଙ୍କ ସମସ୍ତ ମୂଲ୍ୟବାନ ଅଳଙ୍କାର ସହ ନୀଳକଣ୍ଠ, ଗୋପୀନାଥ, ସୋମନାଥ ଓ ରାଧାକୃଷ୍ଣଙ୍କ ମୂର୍ତ୍ତି ଚୋରି କରି ଛୁ ମାରିଛନ୍ତି।  ଏହି ଘଟଣାକୁ ନେଇ ଗାଁ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି।

ଅଭିଯୋଗ ହେବା ପରେ ସତ୍ୟବାଦୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପ୍ରାୟ ୫ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ଜିନିଷ ଏହି ମନ୍ଦିରରୁ ଚୋରି ହୋଇଥିବା ଅନୁମାନ କରାଯାଉଛି।

You might also like