ଭିଡିଓକନ୍ ଗ୍ରୁପ୍‌କୁ ଋଣ ମାମଲା: ଆଇସିଆଇସିଆଇ ବ୍ୟାଙ୍କ ସିଇଓଙ୍କ ବିରୋଧରେ ତଦନ୍ତ ହେବ

ମୁମ୍ବାଇ: ଆଇସିଆଇସିଆଇ ବ୍ୟାଙ୍କ ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ଚନ୍ଦା କୋଚ୍ଚରଙ୍କ ବିରୋଧରେ ତଦନ୍ତ ଲାଗି ବ୍ୟାଙ୍କ ବୋର୍ଡ ବୁଧବାର ନିର୍ଦ୍ଦେଶ ଦେଇଛି। ଚନ୍ଦାଙ୍କ ବିରୋଧରେ ତଦନ୍ତ କରିବା ଲାଗି ବ୍ୟାଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ଭିଡିଓକନ୍‌ ଗ୍ରୁପ୍‌କୁ ଋଣ ମାମଲାରେ ଚନ୍ଦାଙ୍କ ବିରୋଧରେ ଅଭିଯୋଗ ଆସିଥିଲା। ଅଭିଯୋଗ ମୁତାବକ, ଚନ୍ଦାଙ୍କ ସ୍ୱାମୀଙ୍କ ପରିଚାଳିତ କମ୍ପାନୀରେ ଭିଡିଓକନ କମ୍ପାନୀର ପ୍ରମୋଟର ନିବେଶ କରିଛନ୍ତି । ତେଣୁ ସେ ଅନୁକମ୍ପା ପ୍ରଦର୍ଶନ କରି ଭିଡିଓକୋନ୍‌କୁ ଏତେ ବଡ଼ ପରିମାଣର ଋଣ ପ୍ରଦାନ କରିଛନ୍ତି ।
ଭିଡିଓକନ୍‌ ଗ୍ରୁପକୁ ଋଣ ପ୍ରଦାନ ବେଳେ ଚନ୍ଦା କୋଡ ଅଫ୍‌ କଣ୍ଡକ୍ଟ ତଥା ବିଧି ବ୍ୟବସ୍ଥାକୁ ଉଲ୍ଲଙ୍ଘନ କରିଛନ୍ତି କି ନାହିଁ ସେ ସଂପର୍କରେ ତଦନ୍ତ କରାଯିବ । ଜଣେ ସ୍ୱାଧୀନ ବ୍ୟକ୍ତି ଚନ୍ଦାଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ କରିବେ । ସୂଚନାଯୋଗ୍ୟ, ଭିଡିଓକନ୍ ଗ୍ରୁପ୍‌କୁ ଆଇସିଆଇସିଆଇ ବ୍ୟାଙ୍କ ୩୨୫୦  କୋଟି ଋଣ ଦେଇଛି । ଏହି ମାମଲାରେ ଚନ୍ଦାଙ୍କୁ ସେବି ପକ୍ଷରୁ ଗତ ଗୁରୁବାର ନୋଟିସ୍ ଜାରି କରାଯାଇଥିଲା ।

ଆହୁରି ପଢ଼ନ୍ତୁ

୨୪ ଘଣ୍ଟାରେ ୯୩, ୩୩୭ କରୋନା ଆକ୍ରାନ୍ତ ଚିହ୍ନଟ

ରେଡ୍‌ ବେଳେ ୯ ଆତଙ୍କବାଦୀ ଗିରଫ, ଦେଶରେ ବଡ଼ ଧରଣର ହମ୍‌ଲା ପାଇଁ କରିଥିଲେ ଯୋଜନା

କରୋନା ଭ୍ୟାକ୍‌ସିନ୍‌ ପରେ ଔଷଧ ତିଆରି କଲା ଋଷ

ପ୍ଲେ’ ଷ୍ଟୋରକୁ ପୁଣି ଫେରିଲା Paytm

ଚୀନକୁ ଆଉଏକ ଝଟ୍‌କା, ଏହି ଦେଶରେ ବି ବ୍ୟାନ୍ ହେଲା TikTok

ମୋଦିଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ବିରାଟ୍, ଜବାବରେ ପ୍ରଧାନମନ୍ତ୍ରୀ କହିଲେ…

ଡ୍ରଗ୍ସ ଲିଙ୍କ୍ ମାମଲାରେ ଆଉଜଣେ ପେଡଲର୍ ଗିରଫ

ଏଣିକି କୁକୁରଙ୍କ ପାଇଁ ବ୍ଲଡ୍ ବ୍ୟାଙ୍କ୍

ମୃତ୍ୟୁ ପୂର୍ବରୁ ଶେଷଥର ପାଇଁ କାହାକୁ କଲ୍‌ କରିଥିଲେ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶା ?

କରୋନା ପଜିଟିଭ୍‌ କହି ପତ୍ନୀଙ୍କ ପାଖରୁ ଖସିଗଲେ, ଗର୍ଲଫ୍ରେଣ୍ଡ୍‌ଙ୍କ ସହ ଧରାପଡ଼ିଲେ

ନୂଆ କୃଷି ବିଲ୍‌‌କୁ କାହିଁକି ଡରୁଛନ୍ତି ଚାଷୀ ?

ଦେଶରେ ଦିନକରେ ୯୬ହଜାର ୪୨୪ କରୋନା ଆକ୍ରାନ୍ତ ଚିହ୍ନଟ

You might also like