ଭୁବନେଶ୍ୱରରୁ ଉଠିବ ନାହିଁ ICCR କାର୍ଯ୍ୟାଳୟ

ଭୁବନେଶ୍ୱର : ଭୁବନେଶ୍ୱରରେ ଥିବା ଇଣ୍ଡିଆନ କାଉନସିଲ ଫର୍ କଲଚରାଲ୍‌ସ ରିଲେସନ୍ସ ( ICCR)ର ଆଂଚଳିକ ଅଫିସକୁ ଏଠାରୁ ସ୍ଥାନାନ୍ତର କରାଯିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି, ICCR ଅଧ୍ୟକ୍ଷ ବିନୟ ସହସ୍ରବୁଦ୍ଧେ।

ICCR ର ଭୁବନେଶ୍ୱର ଅଫିସ୍‌କୁ ବନ୍ଦ କରି ତାକୁ କୋଲକାତାକୁ ସ୍ଥାନାନ୍ତର କରାଯାଉଥିବା କିଛି ଦିନ ତଳେ ଜଣାପଡ଼ିଥିଲା। ଏହା ପରେ ସଂସ୍ଥାର କର୍ମଚାରୀଙ୍କ ସହିତ ରାଜ୍ୟବାସୀ କେନ୍ଦ୍ର ଏହି ନିଷ୍ପତ୍ତିକୁ ବିରୋଧ କରିଥିଲେ।

ଏହାର ପୁନର୍ବିଚାର କରିବାକୁ ସଂସ୍ଥାର ଅଧ୍ୟକ୍ଷଙ୍କୁ ଚିଠି ଲେଖିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଧର୍ମେନ୍ଦ୍ରଙ୍କ ଚିଠିର ଉତ୍ତର ଦେଇ ସହସ୍ରବୁଦ୍ଧେ ଲେଖିଛନ୍ତି, ଭୁବନେଶ୍ୱରରେ ଥିବା ICCR ଅଫିସକୁ ସ୍ଥାନାନ୍ତର କରିବାକୁ କୌଣସି ନିଷ୍ପତ୍ତି ହୋଇନାହିଁ। ସାରା ଦେଶରେ ଥିବା ICCRର କେନ୍ଦ୍ରଗୁଡ଼ିକର ସମୀକ୍ଷା କରାଯାଇଛି। ବାର୍ଷିକ ଯୋଜନା ଆଧାରରେ କେନ୍ଦ୍ର ଗୁଡ଼ିକ କାର୍ଯ୍ୟ କରୁଥିବା ସ୍ପଷ୍ଟ କରିଛନ୍ତି ସହସ୍ରବୁଦ୍ଧେ।

ଆହୁରି ପଢ଼ନ୍ତୁ

You might also like