ମୟୂରଭଂଜ ସୀମାନ୍ତରେ ବାୟୁସେନା ବିମାନ ଖସି ପଡ଼ିବା ଘଟଣା : ମିଳିଲା ବ୍ଲାକ୍‌ ବକ୍ସ

ଭୁବନେଶ୍ୱର : ମୟୂରଭଂଜ-ଝାଡ଼ଖଣ୍ଡ ସୀମାନ୍ତ ବାହାରାଗୋଡ଼ାରେ ଖସି ପଡିଥିବା ବାୟୁସେନାର ହକ୍ ବିମାନର ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ଦୁର୍ଘଟଣାସ୍ଥଳରେ ପହଞ୍ଚିଛନ୍ତି ବାସୁସେନାର ସାଇଣ୍ଟିଫିକ୍ ଟିମ୍‌। ସେନାର କର୍ମଚାରୀମାନେ ମଧ୍ୟ ପହଞ୍ଚି ତଦନ୍ତ କାର୍ଯ୍ୟ ଆରମ୍ଭ କରିଛନ୍ତି।

ବିମାନର ବ୍ଲାକ ବକ୍ସକୁ ଉଦ୍ଧାର କରାଯାଇଛି। ବାଲି ଭିତରେ ପୋତି ହୋଇ ପଡିଥିବା ବିମାନର ଇଂଜିନକୁ ବାହାର କରିବେ ତଦନ୍ତକାରୀ ଟିମ୍‌। ଏହାସହ ଦୁର୍ଘଟଣାସ୍ଥଳରେ ବିମାନର ପଡିଥିବା ସମସ୍ତ ଖଣ୍ଡବିଖଣ୍ଡିତ ଅଂଶକୁ ସଂଗ୍ରହ କରିବେ।  ଦୁର୍ଘଟଣାସ୍ଥଳରେ ଝାଡ଼ଖଣ୍ଡ ବହରାଗୋଡା ପୋଲିସ ପହଞ୍ଚି ସେନାର ଉଦ୍ଧାର କାର୍ଯ୍ୟରେ ସହାୟତା କରୁଛି।

ଦେଖନ୍ତୁ ଏହି ଭିଡ଼ିଓ-

You might also like