ପାରିବାରିକ କଳହରୁ ଦମ୍ପତ୍ତିଙ୍କ ଆତ୍ମହତ୍ୟା ଉଦ୍ୟମ

ରାୟଗଡା : ପାରିବାରିକ କଳହରୁ କରୁଣ ପରିଣତି। ଦେହରେ କିରୋସିନ୍ ଢାଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ସ୍ୱାମୀ, ସ୍ତ୍ରୀ । ଗୁଣପୁର କୋରବାଙ୍କ କଲୋନୀରେ ଆଜି ସକାଳେ ଘଟିଛି ଏଭଳି ଅଭାବନୀୟ ଘଟଣା । ନିଆଁରେ ପୋଡ଼ି ହୋଇ ଗୁରୁତର ଆହତ ହୋଇଥିବା ସ୍ତ୍ରୀଙ୍କୁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ଅନ୍ୟପଟେ ସ୍ୱାମୀଙ୍କ ଅବସ୍ଥା ବି ଗୁରୁତର ଥିବାରୁ ଗୁଣପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କୋରବାଙ୍କ କଲୋନୀରେ ରହୁଥିବା ନାଗେଶ ଶବର ଏବଂ ତାଙ୍କ ସ୍ତ୍ରୀ ମାନସୀ ଶବରଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା। ପରେ ଏହା ଉଗ୍ରରୂପ ନେବାରୁ କିରୋସିନ ଢ଼ାଳି ଆତ୍ମହତ୍ୟା ଉଦ୍ୟମ କରିଥିବା କୁହାଯାଉଛି।

You might also like