ପାରିବାରିକ କଳହରୁ ହତ୍ୟା
ସ୍ତ୍ରୀର ବେକ କାଟିଲା ସ୍ୱାମୀ
ବାଲେଶ୍ୱର : ପାରିବାରିକ କଳହର କରୁଣ ପରିଣତି। ସ୍ତ୍ରୀର ମୁହଁକୁ ଛେଚି ଅମାନୁଷିକ ଭାବେ ହତ୍ୟା କଲା ସ୍ୱାମୀ। ବାଲେଶ୍ୱର ସଦର ଥାନା ଅନ୍ତର୍ଗତ ଓଡଙ୍ଗୀ ଗାଁରୁ ଏହି ଅଭିଯୋଗ ଅାସିଛି।
ମିଳିଥିବା ସୂଚନା ଅନୁସାରେ, ମହିଳାଙ୍କ ପରିବାର ଲୋକେ ମହିଳାଙ୍କୁ ଉଦ୍ଧାର କରି ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ କଟକ ସ୍ଥାନାନ୍ତର କରିଥିଲେ। ହେଲେ ମହିଳାଙ୍କ ମୃତ୍ୟୁ ଘଟିଛି। ସଦର ଥାନା ପୁଲିସ୍ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରି ତଦନ୍ତ ଚଳାଇଛି।
ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।