ବ୍ୟାଙ୍କ୍‌ରେ ଚାକିରୀ କରାଇ ଦେବା ନାଁରେ ଯୁବତୀ ଚାଲାଣ ଅଭିଯୋଗ

ଭୁବନେଶ୍ୱର: ବ୍ୟାଙ୍କରେ ଚାକିରୀ କରାଇ ଦେବା ନାଁରେ ଖୋର୍ଦ୍ଧା ଜିଲ୍ଲାରୁ ଯୁବତୀ ଚାଲାଣ ଅଭିଯୋଗ। ଜଣେ ନାବାଳିକାଙ୍କ ସହ ୪ ଜଣଙ୍କୁ ରାଉରକେଲାର ଏକ ହୋଟେଲରୁ ଉଦ୍ଧାର କରିଛି ଖୋର୍ଦ୍ଧା ପୋଲିସ। ଉଦ୍ଧାର ହୋଇଥିବା ସମସ୍ତ ଯୁବତୀ ବାଣପୁର ଅଞ୍ଚଳର ବୋଲି ଜଣାପଡିଛି।

ଯୁବତୀଙ୍କୁ ଚାଲାଣ ଅଭିଯୋଗରେ ଜଣେ ଦଲାଲଙ୍କୁ ମଧ୍ୟ ଗିରଫ କରିଛି ପୋଲିସ। ଦଲାଲ ଜଣକ ହେଲେ ବିଦ୍ୟାଧର ପଣ୍ଡା। ବିଦ୍ୟାଧର ଯୁବତୀଙ୍କୁ ଚାକିରି ଦେବାକୁ କହି ରାଉରକେଲା ନେଇଯାଇଥିଲା। ଯୁବତୀଙ୍କ ପରିବାର ଲୋକଙ୍କ ଅଭିଯୋଗ ପରେ ଯୁବତୀଙ୍କୁ ଉଦ୍ଧାର କରିଥିଲା ପୋଲିସ। ଯୁବତୀ ଚାଲାଣ ପଛରେ ଏକ ରାକେଟ୍ କାମ କରୁଥିବା ସନ୍ଦେହ କରି ଛାନଭିନ୍ ଚଳାଇଛି ପୋଲିସ।

You might also like