ଭାରତୀୟ ବଂଶୋଦ୍ଭବ ଓକିଲ ସିଙ୍ଗାପୁର ସୁପ୍ରିମ କୋର୍ଟରେ ଜୁଡିସିଅାଲ କମିଶନର ନିଯୁକ୍ତ

ସିଙ୍ଗାପୁର: ସିଙ୍ଗାପୁର ରାଷ୍ଟ୍ରପତି ହାଲିମା ୟାକୁବ ଜଣେ ଭାରତୀୟ ବଂଶୋଦ୍ଭବ ଓକିଲଙ୍କୁ ସିଙ୍ଗାପୁର ସୁପ୍ରିମ କୋର୍ଟରେ ଜୁଡିସିଅାଲ କମିଶନର ଭାବେ ନିଯୁକ୍ତି ଦେଇଛନ୍ତି। ସେ ହେଉଛନ୍ତି ଦାଦର ସିଂ ଗିଲ୍। ୫୯ ବର୍ଷୀୟ ଦାଦରଙ୍କର ୩୦ ବର୍ଷର ଓକିଲାତି ଅଭିଜ୍ଞତା ରହିଛି। ସିଙ୍ଗାପୁରରେ ସେ ଜଣେ ଭଲ ପ୍ରପର୍ଟି ଲିଟିଗେଟର ଭାବେ ପରିଚିତ। ବୁଧବାର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ ଦାଦର ଅାସନ୍ତା ୧ ଅଗଷ୍ଟରୁ କାର୍ଯ୍ୟଭାର ଗ୍ରହଣ କରି ଅାଗାମୀ ଦୁଇ ବର୍ଷ ପର୍ଯ୍ୟନ୍ତ ଏହି ପଦବିରେ ରହିବେ। ସେ ଅାସନ୍ତା ଅଗଷ୍ଟ ୩ ତାରିଖରେ ଶପଥ ଗ୍ରହଣ କରିବେ। ବର୍ତ୍ତମାନ ସିଙ୍ଗାପୁର ସୁପ୍ରିମ କୋର୍ଟରେ ମୁଖ୍ୟ ବିଚାରପତିଙ୍କୁ ମିଶାଇ ୨୧ ଜଣ ବିଚାରପତି କାର୍ଯ୍ୟକରୁଛନ୍ତି। ଏହାଛଡା ଦାଦର ସିଙ୍ଗାପୁର ଲ’ ସୋସାଇଟିର ସଦସ୍ୟ ମଧ୍ୟ ଅଛନ୍ତି।

You might also like