ସୁପର ୩୦ଛାତ୍ରଙ୍କୁ ପାର୍ଟି ଦେବେ ହ୍ରିତିକ

ସୁପର ୩୦ ପ୍ରଭାବ

ମୁମ୍ବାଇ; ବାୟୋପିକ୍ ସିନେମା ସୁପର ୩୦ ରେ ଗଣିତଜ୍ଞ ଆନନ୍ଦ କୁମାରଙ୍କ ଭୂମିକାରେ ଅଭିନୟ କରୁଛନ୍ତି ହ୍ରିତିକ ରୋସନ । ସିନେମାର ସୁଟିଂ ସମୟରେ ସେ ଏତେ ଉତ୍ସାହିତ ଓ ପ୍ରଭାବିତ ହୋଇ ପଡ଼ିଥିଲେ ଯେ ପିଲାମାନଙ୍କୁ ପାର୍ଟି ଦେବାକୁ ନିଷ୍ପତ୍ତି ନେଇଥିଲେ । ସୁଟିଂ ସମୟରେ ସେ ଜାଣିବାକୁ ପାଇଥିଲେ ଯେ ଏହି ପରୀକ୍ଷାରେ ସଫଳତା କେତେ କଷ୍ଟ । ତେଣୁ ସଫଳ ହୋଇଥିବା ଛାତ୍ର ଓ ତାଙ୍କ ଶିକ୍ଷକ ଅାନନ୍ଦ କୁମାରଙ୍କୁ ସେ ଅନେକ ଅନେକ ଶୁଭେଚ୍ଛା ଜଣାଇଛନ୍ତି।

ଅାହୁରି ମଧ୍ୟ ସେ କହିଛନ୍ତି ପାର୍ଟି ତ କେବଳ ସେହି ଛାତ୍ରଙ୍କ ସହ ମିଶିବାର ଏକ ପ୍ରୟାସ । ମୁଁ ସେମାନଙ୍କୁ ବ୍ୟକ୍ତିଗତ ଭାବେ ଶୁଭେଚ୍ଛା ଓ ଶୁଭକାମନା ଦେବାକୁ ଚାହେଁ ।ହ୍ରିତିକ 23 ତାରିଖରେ ଛାତ୍ର ମାନଙ୍କୁ ପାର୍ଟି ଦେବେ ଓ ତାଙ୍କ ସହ କିଛି ସମୟ ବିତାଇବେ।

ଶିକ୍ଷକ ଅାନନ୍ଦ କୁମାର ୨୦୦୨ରେ ପାଟନାରେ ଆରଂଭ କରିଥିଲେ ସୁପର ୩୦ ଏକାଡେମି। ଆର୍ଥିିକ ସ୍ଥିତି ଦୁର୍ବଳ ଥିବା ଛାତ୍ରଛାତ୍ରୀଙ୍କୁ IIT-JEE ପ୍ରବେଶିକା ପରୀକ୍ଷା ପାଇଁ କୋଚିଂ ଦେବା ଏହି ସୁପର ୩୦ର ଉଦ୍ଦେଶ୍ୟ । ପ୍ରତିବର୍ଷ ଏହି ଏକାଡେମିର ଅନେକ ପିଲା IIT-JEE ପ୍ରବେଶିକା ପରିକ୍ଷାରେ କୃତକାର୍ଯ୍ୟ ହୋଇଥାନ୍ତି ।Hrithik-Roshan

ହ୍ରିତିକ ରୋସନ ପ୍ରଥମ ଥର ପାଇଁ ଏହି ବାୟୋପିକ୍ ସିନେମାରେ ଅଭିନୟ କରୁଛନ୍ତି । ତାଙ୍କର ଏହି ସିନେମାଟି ୨୦୧୯ ଜାନୁଅାରୀ ୨୫ରେ ପରଦାକୁ ଆସିବ।

You might also like