ଗୁଗଲ ଡ୍ରାଇଭ୍ରେ ରଖିଥିବା ଫାଇଲ୍ ଡିଲିଟ୍ ହୋଇଯାଇଛି କି ? ଜାଣନ୍ତୁ କେଉଁ ଉପାୟରେ ପୁଣି ଫେରିପାଇବେ
ଆମେ ବେଳେବେଳେ ଭୁଲ୍ରେ ଆମର ଜରୁରୀ ଫାଇଲକୁ ଗୁଗଲ ଡ୍ରାଇଭ୍ରୁ ଡିଲିଟ୍ କରିଦେଇଥାଉ । ଏହି କାରଣରୁ ଆମେ ସମସ୍ୟାରେ ବି ପଡନ୍ତି। କିନ୍ତୁ ଆପଣ ଜାଣନ୍ତି କି, ଏହି ଡିଲିଟ୍ ଫାଇଲ ମଧ୍ୟ ରିଷ୍ଟୋର କରିହେବ। କିଛି ନିର୍ଦ୍ଦିଷ୍ଟ ଉପାୟରେ ଆପଣ ଚାହିଁଲେ ଏହି ଡିଲିଟ୍ ଫାଇଲକୁ ଆଉଥରେ ପାଇପାରିବେ । ଆସନ୍ତୁ ଜାଣିବା କେଉଁ ଉପାୟରେ ଆମେ ଆମର ଡାଟା ପୁଣି ଫେରିପାଇବା–
ଷ୍ଟେପ୍-୧ : ପ୍ରଥମେ drive.google.comକୁ ଯାଆନ୍ତୁ ।
ଷ୍ଟେପ-୨ : ଏହାପରେ ଆପଣ ଯେଉଁ ଫାଇଲକୁ ରିଷ୍ଟୋର କରିବାକୁ ଚାହୁଁଛନ୍ତି, ସେଥିରେ ରାଇଟ୍ କ୍ଲିକ୍ କରନ୍ତୁ , ।
ଷ୍ଟେପ୍-୩ : ପୁଣି ରିଷ୍ଟୋରରେ କ୍ଲିକ୍ କରନ୍ତୁ
ଗୁଗୁଲ ଡ୍ରାଇଭରେ ଫାଇଲ୍ କେମିତି ଖୋଜିବା – ବେଳେବେଳେ ଆମ ଏମିତି ବି ହୁଏ,ଆମେ ଆମ ଡାଟା ଗୁଡିକ ଗୁଗଲ ଡ୍ରାଇଭରେ ଖୋଜି ପାଇନଥାଉ। ଡାଟା ସବୁ ଡିଲିଟ୍ ହୋଇନାହିଁ ବୋଲି ଆମେ ଭଲ କରି ଜାଣିଥାନ୍ତି। କିନ୍ତୁ ଖୋଜି ଖୋଜି ପାଆନ୍ତି ନାହିଁ। ତେବେ ଏ ସବୁ ଖୋଜିବାକୁ କିଛି ସହଜ ଉପାୟ ଆପଣାନ୍ତୁ। ଯାହା ଦ୍ୱାରା ଆପଣ ହଜିଯାଇଥିବା ଫାଇଲ୍କୁ ପାଇପାରିବେ। କ’ଣ କରିବେ ପଢନ୍ତୁ।
ଷ୍ଟେପ୍-୧ : ସବୁଠୁ ପ୍ରଥମେ ଆପଣ drive.google.comକୁ ଯାଆନ୍ତୁ।
ଷ୍ଟେପ୍ -୨ : ଏହାପରେ ଆପଣ ଡାହାଣ ପଟେ ଟପ୍ ରେ ଥିବା ‘ମାଇଁ ଡ୍ରାଇଭ୍’ ରେ କ୍ଲିକ୍ କରନ୍ତୁ।
ଷ୍ଟେପ୍-୩ : ଏବେ ଆପଣ ଡାହାଣ ପଟେ ଟପ୍ରେ ଥିବା ‘ଇନଫୋ’ରେ କ୍ଲିକ୍ କରନ୍ତୁ।
ଷ୍ଟେପ୍-୪: ଯଦି ଆପଣଙ୍କୁ ଏହି ଫାଇଲର ନାଁ ମନେଅଛି, (ଯାହାକୁ ଷ୍ଟୋର କରିଥିଲେ) ସେସବୁକୁ ସର୍ଚ୍ଚ କରି ନ ପାଇବା ଯାଏ ତଳକୁ ତଳକୁ ଆସନ୍ତୁ ।
ଷ୍ଟେପ୍ -୫ : ଯଦି ଆପଣଙ୍କୁ ଏହା ପରେ ବି ଫାଇଲ୍ ମିଳୁନି ତ Search barରେ କ୍ଲିକ୍ କରନ୍ତୁ ।
ଷ୍ଟେପ୍ -୬ : ଏହା ବ୍ୟତୀତ ଆପଣ Advanced search optionsର ମଧ୍ୟ ପ୍ରୟୋଗ କରିପାରିବେ। ଏମିତିରେ ଆପଣଙ୍କୁ ଫାଇଲର ନାଁ ର ପ୍ରଥମ ଶବ୍ଦକୁ ଲେଖିବାକୁ ହେବ ।
ଷ୍ଟେପ୍ – ୭: ଯଦି ଏହାପରେ ମଧ୍ୟ ଆପଣଙ୍କୁ ଫାଇଲ୍ ମିଳୁନି ତ ଆପଣ ଗୁଗଲ ସହ ସଂପର୍କ କରିପାରିବେ । ସେ ଆପଣଙ୍କୁ ଖୁବ୍ କମ୍ ସମୟ ମଧ୍ୟରେ ଡିଲିଟ୍ ହୋଇଥିବା ଫାଇଲକୁ ରିକଭରି କରିଦେବେ । ଏଥିପାଇଁ ମଧ୍ୟ ଆପଣଙ୍କୁ ନିଜର Google drive consumer account ସହ ଯୋଡିବାକୁ ହେବ ।