ଭତ୍ତା ବୃଦ୍ଧି ସଂପର୍କିତ ବିଲ୍ ପାରିତ

ଭୁବନେଶ୍ୱର : ଶେଷ ଦିନରେ ବିଧାନସଭା ସଦସ୍ୟ ମାନଙ୍କ ଦରମା, ଭତ୍ତା ଓ ପେନ୍‌ସନ୍ ଅଧିନିୟମ ୧୯୫୪ର ସଂଶୋଧନ କରାଯାଇ ବାଚସ୍ପତି, ଉପବାଚସ୍ପତି ଓ ମନ୍ତ୍ରୀଙ୍କ ଭତ୍ତା ବୃଦ୍ଧି ସଂପର୍କିତ ବିଲ୍ ପାରିତ ହୋଇଛି।  ଯେଉଁଥିରେ ବିରୋଧୀ ଦଳ ନେତା, ମୁଖ୍ୟ ସଚେତକ ଓ ଉପମୁଖ୍ୟ ସଚେତକଙ୍କ ଦୈନିକ ଭତ୍ତା ୮୦୦ରୁ ଟଙ୍କାରୁ ୧୫୦୦ଟଙ୍କାକୁ ବୃଦ୍ଧି କରାଯାଇଛି।

ସେହିପରି ବାଚସ୍ପତି, ଉପବାଚସ୍ପତି ଏବଂ ମନ୍ତ୍ରୀ ପରିଷଦଙ୍କ ଦୈନିକ ଭତ୍ତା ୧୫୦ରୁ ୮୦୦ଟଙ୍କାକୁ ବୃଦ୍ଧି କରାଯାଇଛି। ବର୍ତ୍ତମାନ ବାଚସ୍ପତି ୯୭,୫୦୦ଟଙ୍କା ଦରମା ପାଉଥିବାବେଳେ, ଉପବାଚସ୍ପତି ୯୫ ହଜାର।

ସେହିପରି ମୁଖ୍ୟ ସଚେତକ ୯୭ ହଜାର, ଉପମୁଖ୍ୟ ସଚେତକ ୯୩ ହଜାର, ବିରୋଧୀ ଦଳ ନେତା ୯୭ ହଜାର ଏବଂ ମନ୍ତ୍ରୀ ପରିଷଦଙ୍କ ଦରମା ୯୭ହଜାର ଟଙ୍କା ରହିଛି। ଏହାବାଦ୍ ଯେତେ ଦିନ ବିଧାନସଭା ଚାଲିବ ତା ଉପରେ ଦୈନିକ ଭତ୍ତା ବାବଦକୁ ଅଧିକ ଦରମା ପାଇବେ।

You might also like