ଏଡ୍‌ସ ଚିକିତ୍ସା ପାଇଁ ନୂଆ ଆଶା, ମିଳିଲା ନୂଆ ଆଣ୍ଟିବଡିର ସଂଧାନ

ହଂକଂ: ହଂକଂର ବୈଜ୍ଞାନିକମାନେ  ଭୟାବହ  ବ୍ୟାଧି ଏଡ୍‌ସର ଚିକିତ୍ସାର ଏକ ନୂଆ ଆଣ୍ଟିବଡି ବାହାର କରିଥିବା ଦାବି କରିଛନ୍ତି । ହଂକଂ ବିଶ୍ୱବିଦ୍ୟାଳୟର ଏଡ୍‌ସ ଇନଷ୍ଟିଚ୍ୟୁଟ୍‌ର ବୈଜ୍ଞାନିକମାନେ ଦୀର୍ଘଦିନର ଗବେଷଣା ପରେ ଏମିତି ଆଣ୍ଟିବଡିର ସଂଧାନ ପାଇଛନ୍ତି ଯାହା ଏଡ୍‌ସର ଚିକିତ୍ସା କ୍ଷେତ୍ରରେ ଏକ ବିପ୍ଲବ ଆଣିବ ବୋଲି କୁହାଯାଉଛି। ଏଡ୍‌ସ ଇନଷ୍ଟିଚ୍ୟୁଟ୍‌ର ପ୍ରଫେସର ଚେନ୍ ଜିହିୱେଇଙ୍କ ନେତୃତ୍ୱରେ ଏହି ଟିମ୍ ଗବେଷଣା ଚଳାଇଥିଲା ।

ପ୍ରାଥମିକ ପର୍ଯ୍ୟାୟରେ ଏହି ଆଣ୍ଟିବଡିକୁ ମୂଷା ଦେହରେ ପରୀକ୍ଷଣ କରାଯାଇଥିଲା ଓ ତାହା ସଫ‍ଳ ହୋଇଛି ବୋଲି ପ୍ରଫେସର ଜିହିୱେଇ କହିଛନ୍ତି । ଏହାକୁ ମେଡିକାଲ ଭାଷାରେ ଏବେ ‘ଫଙ୍କସନାଲ କ୍ୟୋର’ ବୋଲି କୁହାଯାଉଛି । ‘ଫଙ୍କସନାଲ କ୍ୟୋର’ ଅର୍ଥ ରୋଗୀ ଶରୀରରେ ଏଚ୍‌ଆଇଭି ଭାଇରସ ଲେବେଲ ଅତି ନଗଣ୍ୟ ହୋଇଯିବ ।

ତେବେ ଏଡ୍‌ସର ଚିକିତ୍ସା ପାଇଁ ଏବେ ଆଣ୍ଟି ରେଟ୍ରୋଭାଇରାଲ ଡ୍ରଗ୍ସ ବ୍ୟବହାର କରାଯାଉଛି ଯାହା ଶରୀରରେ ସଂକ୍ରମଣକୁ ରୋକିପାରୁଛି । ତେବେ ଏହି ଔଷଧକୁ ପ୍ରତିଦିନ ସେବନ କରିବାକୁ ପଡୁଛି । କିନ୍ତୁ ପ୍ରଫେସର ଜିହିୱେଇ ଯେଉଁ ଆଣ୍ଟିବଡିର ସଂଧାନ ପାଇଛନ୍ତି ତାହା ପ୍ରତି ୧୫ ଦିନରେ ଥରେ ବ୍ୟବହହାର ହୋଇପାରିବ।

ତେବେ ଏହି ଔଷଧ ଏତେ ଶୀଘ୍ର ଉପଲବ୍ଧ ହୋଇପାରିବ ନାହିଁ ବୋଲି କୁହାଯାଇଛି । କ୍ଲିନିକାଲ ଟ୍ରାଏଲ ପରେ ଅତି କମ୍‌ରେ ୩ ରୁ ୫ ବର୍ଷ ମଧ୍ୟରେ ଏହି ଔଷଧ ଉପଲବ୍ଧ ହୋଇପାରିବ ବୋଲି ଉକ୍ତ ଇନ୍‌ଷ୍ଟିଚ୍ୟୁଟ୍‌ ପକ୍ଷରୁ କୁହାଯାଇଛି।

ସାରା ବିଶ୍ୱରେ କୋଟି କୋଟି ସଂଖ୍ୟାରେ ଲୋକ ଏବେ ଏହି ଭୟାବହ ବ୍ୟାଧିରେ ପୀଡ଼ିତ ରହିଛନ୍ତି । ସାରା ବିଶ୍ୱ ପାଇଁ ଏଡ୍‌ସ ଏକ ଚିନ୍ତାର ବିଷୟ ହୋଇଛି ।

ଆହୁରି ପଢ଼ନ୍ତୁ

ଜୁଲାଇ ୧୫ରେ ଛଡ଼ାଯିବ ଚନ୍ଦ୍ରାୟନ-୨ ; ଇସ୍ରୋ ଅଧ୍ୟକ୍ଷଙ୍କ ସୂଚନା

ସମୁଦ୍ରରେ କମୁଛି ଅକ୍ସିଜେନ୍‌ର ପରିମାଣ

ବ୍ରହ୍ମୋସ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ଗାଡ଼ି ଧୂଆଁ ଆଉ ଅଣନିଃଶ୍ୱାସୀ କରିବନି, ପ୍ରଦୂଷଣରୁ ମୁକ୍ତି ଦେବ ଯନ୍ତ୍ର

ଲଞ୍ଚ ହେଲେ ରିସାଟ୍-୨ବି, ସବୁ ପାଣିପାଗରେ କାମ କରିବ

ବିକଳ୍ପ ପୃଥିବୀ ସନ୍ଧାନରେ ମାନବଜାତି: କାରଣ ଆମ ଗ୍ରହ ଚିରସ୍ଥାୟୀ ନୁହେଁ

ସଂକୁଚିତ ହେଉଛି ଚନ୍ଦ୍ର ; ଉତ୍ପତ୍ତି କାଳରୁ ଏଯାଏଁ କମିଲାଣି ୫୦ ମିଟର

ଇସ୍ରୋ ପକ୍ଷରୁ ଏମିସାଟ୍‌ ସାଟେଲାଇଟ୍ ଉତ୍‌କ୍ଷେପଣ

ଅତ୍ୟାଧୁନିକ ଏମିସାଟ୍‌ର ଉତ୍‌କ୍ଷେପଣ ଆଜି

ଇସ୍ରୋର ୪୦ତମ ଯୋଗାଯୋଗ ଉପଗ୍ରହ ଜିସାଟ୍-୩୧ ଉତ୍‌କ୍ଷେପଣ

ଯୁବ ବୈଜ୍ଞାନିକଙ୍କୁ ତାଲିମ ଦେବ ଇସ୍ରୋ, ପ୍ରତି ରାଜ୍ୟରୁ ୩ ନେବେ ଶିକ୍ଷା

ଅଗ୍ନି ୪ର ବ୍ୟବହାରିକ ପରୀକ୍ଷଣ ସଫଳ

You might also like