କଲଭର୍ଟରେ ସନ୍ତାନ ପ୍ରସବ କଲେ ବାସହରା ମହିଳା

ବାରିପଦା: କଲଭର୍ଟ ଭିତରେ ପ୍ରସବ କଲେ ବାସହରା ମହିଳା। ଏଭଳି ଏକ ଅବିଶ୍ୱସନୀୟ ଓ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲାର ଶୁକୃଳି ବ୍ଲକ ଅଞ୍ଚଳରେ। ଘରଦ୍ୱାର ନଥିବାରୁ ବାଧ୍ୟ ହୋଇ ମହିଳା ଜଣଙ୍କ କଲଭର୍ଟ ଭିତରେ ସନ୍ତାନ ପ୍ରସବ କରିଛନ୍ତି।

ଅଭିଯୋଗ ଅନୁସାରେ, ଏହି ଅଞ୍ଚଳର ଜଣେ ଆଦିବାସୀ ମହିଳାଙ୍କ ଘରକୁ ୬ ମାସ ତଳେ ହାତୀ ପଲ ଭାଙ୍ଗି ଦେଇଥିଲେ। ଏତେ ଦିନ ବିତିଯାଇଥିଲେ ମଧ୍ୟ ନୂଆ ଘର ପାଇଁ ପ୍ରଶାସନ ପକ୍ଷରୁ କୌଣସି ସହାୟତା ମିଳି ନଥିଲା। ଫଳରେ ନିକଟରେ ଥିବା ଏକ କଲଭର୍ଟରେ ଆଶ୍ରୟ ନେଇଥିଲେ ମହିଳା ଜଣକ। କିଛିଦିନ ତଳେ ସେଇଠାରେ ହିଁ ସେ ଏକ କନ୍ୟା ସନ୍ତାନ ପ୍ରସବ କରିଥିଲେ।

ଏହି ଘଟଣା ସାମ୍ନାକୁ ଆସିବା ପରେ ସାଧାରଣରେ ଗଭୀର ଉଦ୍‌ବେଗ ପ୍ରକାଶ ପାଇଛି। କିଭଳି ଭାବେ ମହିଳା ଜଣଙ୍କୁ ସହାୟତା ମିଳିଲା ନାହିଁ ? ଗାଁରେ ଆଶାକର୍ମୀ ଥାଇ କାହିଁକି କଲଭର୍ଟ ଭିତରେ ତାଙ୍କୁ ପ୍ରସବ କରିବାକୁ ପଡିଲା ? ସେନେଇ ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।

ମହିଳାଙ୍କୁ ଘର ଯୋଗାଇବା ଲାଗି ନିର୍ଦ୍ଦେଶ ଦିଆଯାଇଥିବା ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି।

ଆହୁରି ପଢ଼ନ୍ତୁ

ଓଡ଼ିଶାରେ କରୋନା ଟିକା ମାଗଣାରେ ଦିଆଯିବ କି? ରଣେନ୍ଦ୍ରଙ୍କ ପ୍ରଶ୍ନର ଜବାବ ରଖିଲା ବିଜେପି

ବିଶ୍ୱାସରେ ବିଷ ଦେଇଦେଲେ ସାଙ୍ଗ !

ଥାନା ଅଧିକାରିଣୀଙ୍କ ଶୁଭେଚ୍ଛା ବିଜ୍ଞାପନରେ ବିଧାୟକଙ୍କ ଫଟୋ ଓ ଦଳୀୟ ଚିହ୍ନ

‘ଓଡ଼ିଶା ଲୋକଙ୍କୁ ମାଗଣା ଟିକା ପାଇଁ କଥାଦେବାକୁ ପଛଘୁଞ୍ଚା କାହିଁକି?’

କୋରାପୁଟରେ ମାଓ ବିରୋଧୀ ପୋଷ୍ଟର

ରାସ୍ତାରୁ ଉଠୁ ନାହାନ୍ତି ମହିଳା

ବରମୁଣ୍ଡା ବ୍ରିଜ୍‌ ତଳୁ ମିଳିଲା ଯୁବକଙ୍କ କ୍ଷତାକ୍ତ ମୃତଦେହ

୨୯ରେ ଆଉ ଏକ ଲଘୁଚାପ ସୃଷ୍ଟି ସମ୍ଭାବନା

ଓଡ଼ିଶାରେ କରୋନା ସ୍ଥିତି: ଆଖି ବୁଜିଲେ ଆଉ ୧୬ କରୋନା ଆକ୍ରାନ୍ତ

ଦିନକରେ ଓଡ଼ିଶାରେ ୧,୬୩୩ କରୋନା ପଜିଟିଭ୍‌‌ ଚିହ୍ନଟ

ଟ୍ରକ୍‌କୁ ଧକ୍କା ଦେଲା ଟ୍ରକ୍‌, ଚାଲିଗଲା ୨ ଜୀବନ

ନିଖୋଜ ହୋଇଥିବା ବୀରମିତ୍ରପୁର ଥାନା ଦୁଷ୍କର୍ମ ପୀଡ଼ିତା ଉଦ୍ଧାର

You might also like