କୁନ୍ଦୁଲି ମାମଲା: ଜାତୀୟ ଏସ୍‌ସି କମିଶନଙ୍କ ନିକଟରେ ହାଜର ହେଲେ ଗୃହ ସଚିବ, ଡିଜିପି

ଭୁବନେଶ୍ୱର: ବହୁ ଚର୍ଚ୍ଚିତ କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲାରେ ଜାତୀୟ ଏସ୍‌ସି କମିଶନଙ୍କ ନିକଟରେ ଆଜି ଶୁଣାଣି ହୋଇଛି। ଶୁଣାଣି ବେଳେ କମିଶନଙ୍କ ନିକଟରେ ରାଜ୍ୟ ଗୃହ ସଚିବ ଅସିତ ତ୍ରିପାଠୀ ଓ  ଡିଜିପି ଆର.ପି. ଶର୍ମା ହାଜର ହୋଇଥିଲେ। କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରା, କୋରାପୁଟ ଜିଲ୍ଲାପାଳ, ଏସ୍‌ପି, କ୍ରାଇମବ୍ରାଞ୍ଚ ଏସ୍‌ପି ମଧ୍ୟ ହାଜର ହୋଇଥିଲେ। ମୁଖ୍ୟ ଶାସନ ସଚିବଙ୍କୁ ହାଜର ହେବାକୁ ନୋଟିସ୍‌ ହୋଥିଲେ ମଧ୍ୟ ସେ ଆଜି ଉପସ୍ଥିତ ନଥିଲେ।

କୁନ୍ଦୁଲି ପୀଡିତାଙ୍କୁ ନ୍ୟାୟ ଦେବା ଦାବିରେ କମିଶନଙ୍କ ନିକଟରେ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆ ପିଟିସନ ଫାଇଲ କରିଥିଲେ। ପିଟିସନ ଆଧାରରେ କମିଶନ ସମସ୍ତଙ୍କୁ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

ଯାଞ୍ଚ ଶୀଘ୍ର ସାରି ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କମିଶନ ପ୍ରଶାସନିକ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟପକ୍ଷରେ ମାମଲାର ତଦନ୍ତ ସିବିଆଇ ଦ୍ୱାରା କରାଇବାକୁ ପିଟିସନର କୃଷ୍ଣଚନ୍ଦ୍ର ଶଗରିଆ ଆୟୋଗଙ୍କ ନିକଟରେ ଦାବି କରିଛନ୍ତି।

ଆହୁରି ପଢ଼ନ୍ତୁ

You might also like