ମାଡ଼ି ଆସୁଛି ଘୂର୍ଣ୍ଣିଝଡ଼: ଓଡ଼ିଶା ସମେତ ୪ ରାଜ୍ୟକୁ ସତର୍କ କଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହୋଇପାରେ ଘୂର୍ଣ୍ଣିଝଡ଼। ଏଥିପାଇଁ ଦେଶର ୪ଟି ରାଜ୍ୟକୁ ସତର୍କ କରିଛନ୍ତି କେନ୍ଦ୍ର ସରକାର। ଘୂର୍ଣ୍ଣିଝଡ଼ ନେଇ ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ପରେ ଗୃହମନ୍ତ୍ରଣାଳୟ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।
ଓଡ଼ିଶା, ପଶ୍ଚିମବଙ୍ଗ, ବିହାର ଏବଂ ଉତ୍ତର ପ୍ରଦେଶକୁ ସତର୍କ ରହିବାକୁ କେନ୍ଦ୍ର ସରକାର କହିଛନ୍ତି। ଏହିସବୁ ରାଜ୍ୟରେ ଘୂର୍ଣ୍ଣିଝଡ଼ ସହ ବଜ୍ରପାତ ହେବାର ଆଶଙ୍କା ରହିଛି ବୋଲି ସତର୍କ ଗୃହ ମନ୍ତ୍ରାଳୟ ମୁଖପାତ୍ର କହିଛନ୍ତି। ବୁଧବାର ଘୂର୍ଣ୍ଣିଝଡ଼ରେ ଦେଶର ୫ଟି ରାଜ୍ୟରେ ଶତାଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ବହୁ ଘରଦ୍ୱାର ଭାଙ୍ଗିଯାଇଛି। ବିଦ୍ୟୁତ୍ ସେବା ବ୍ୟହତ ହେବା ସହିତ ବହୁ ଫସଲ ମଧ୍ୟ ନଷ୍ଟ ହୋଇଛି।