ଲାଞ୍ଚ ନଦେବାରୁ ଅଟୋ ଚାଳକଙ୍କୁ ମାଡ

ମୟୂରଭଞ୍ଜ : ଲାଂଚ ନଦେବାରୁ ଅଟୋ ଚାଳକଙ୍କୁ ହୋମଗାର୍ଡଙ୍କ ମାଡ ଅଭିଯୋଗ। ମୟୂରଭଞ୍ଜ ଜିଲ୍ଲା ଖୁଂଟା ଅଂଚଳରେ ଏଭଳି ଘଟଣା ସାମନାକୁ ଆସିଛି। ଅଭିଯୋଗ ଅନୁସାରେ ଗୟଳମରା ଗାଁର ଅଜିତ ଦାସ ନାମକ ଜଣେ ବ୍ୟକ୍ତି ଗତକାଲି ରାତିରେ ଅଟୋ ଧରି ଏକ ବସକୁ ଅପେକ୍ଷା କରିଥିଲ। ଏହି ସମୟରେ ଡ୍ୟୁଟିରେ ଥିବା ଖୁଂଟା ଥାନା ହୋମଗାର୍ଡ ସନ୍ତୋଷ ମହାପାତ୍ର ତାଙ୍କୁ ଟଙ୍କା ମାଗିଥିଲେ।

ତେବେ ଅଜିତ ତାଙ୍କୁ ଟଙ୍କା ନଦେବାରୁ ସନ୍ତୋଷ ତାଙ୍କୁ ଗାଳି କରିଥିଲେ। ପରେ ଉତକ୍ଷିପ୍ତ ହୋଇ ହୋମଗାର୍ଡ ଜଣଙ୍କ ତାଙ୍କୁ ଏକ ଠେଙ୍ଗା ମାଧ୍ୟମରେ ଆକ୍ରମଣ କରିଥିବା ସେ ଅଭିଯୋଗ କରିଛନ୍ତି। ଏନେଇ ଅଜିତ ଉପଖଣ୍ଡ ପୋଲିସ ଅଧିକାରୀଙ୍କ ନିକଟକୁ ଯାଇଥିଲେ। ତେବେ ଏସ୍‌ଡିପିଓ ଅନୁପସ୍ଥିତ ଥିବାରୁ ଏତଲା ଦେଇପାରିନଥିବା ସେ କହିଛନ୍ତି। ଏନେଇ ସଂପୃକ୍ତ ହୋମଗାର୍ଡ କିମ୍ବା ଥାନା ଅଧିକାରୀଙ୍କୁ ପ୍ରତିକ୍ରିୟା ମିଳିପାରିନାହିଁ।

ଆହୁରି ପଢ଼ନ୍ତୁ

ବଦଳିବ ଭୁବନେଶ୍ୱର ମାନଚିତ୍ରର ରୂପରେଖ, ୩ଟି ଜୋନକୁ ନେଇ ହେବ ଐତିହ୍ୟ ଜିଲ୍ଲା

ଭୁବନେଶ୍ୱର ନାବାଳିକା ନିର୍ଯାତନା ଅଭିଯୋଗ ମାମଲାରେ ବାଟବଣା ହେଉଛି କି ତଦନ୍ତ?

ରାଜ୍ୟର ସବୁ କୋଭିଡ୍‌ ହସ୍ପିଟାଲରେ ହେଲ୍‌ପ ଡେସ୍କ ବାଧ୍ୟତାମୂଳକ

ଦିନକରେ ୩୮୩୪ କରୋନା ଆକ୍ରାନ୍ତ ହେଲେ ସୁସ୍ଥ

କରୋନା ଆକ୍ରାନ୍ତ ଗର୍ଭବତୀ କେମିତି ନେବେ ଯତ୍ନ? ପରାମର୍ଶ ଦେଲେ ବିଶେଷଜ୍ଞ

ନିଜ କର୍ମଚାରୀଙ୍କୁ ଚିହ୍ନଟ କରିପାରୁନି କି ପୋଲିସ?

ପୁଣିଥରେ ମହିଳା କମିଶନଙ୍କ ନିକଟରେ ହାଜର ହେବା ପାଇଁ ଓଟିଭି ଏମଡିଙ୍କୁ ସମନ

ଭୁବନେଶ୍ୱରରେ କମୁଛି ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ୩୪୫ ପଜିଟିଭ୍ ଚିହ୍ନଟ

ଏଥର କେମିତି ବସିବ ବିଧାନସଭାର ମୌସୁମୀ ଅଧିବେଶନ, ଜାଣନ୍ତୁ

+୨ ନାମ ଲେଖା ଅବଧି ବଢ଼ିଲା

ଚାହୁଁ ଚାହୁଁ ଜଳିଗଲା ଚଳନ୍ତା କାର୍

ଘରୁ ମିଳିଲା ନାବାଳିକାର ଅର୍ଦ୍ଧଦଗ୍ଧ ମୃତଦେହ

You might also like