ରାଉରକେଲାରେ ହୋଲିକା ଦହନ କାର୍ଯ୍ୟକ୍ରମ ଅନୁଷ୍ଠିତ
ରାଉରକେଲା : ହୋଲି ଉତ୍ସବ ପାଳନ ଅବସରରେ ଗତକାଲି ରାଉରକେଲାରେ ହୋଲିକା ଦହନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସାଧାରଣତଃ ଦୋଳପୂର୍ଣ୍ଣିମାରେ ମାରବାଡି ସମାଜ ପକ୍ଷରୁ ଏହି ଉତ୍ସବ ପାଳନ କରାଯାଇଥାଏ।
ଅଧର୍ମ ଉପରେ ଧର୍ମର ବିଜୟ ପ୍ରତୀକ ସ୍ୱରୁପ ଏହି ଉତ୍ସବରେ ହୋଲିକାକୁ ଦହନ କରାଯାଇଥାଏ। ଏଥିରେ ମୁଖ୍ୟ ଅତିଥିଭାବେ ବିଧାୟକ ଦିଲୀପ ରାୟ ଯୋଗ ଦେଇଥିଲେ। ଏହି ଅବସରରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।