ଜାମ୍ମୁ ଓ କାଶ୍ମୀରରେ ରାଜ୍ୟପାଳ ଶାସନର ଇତିହାସ

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରରେ ରାଜ୍ୟପାଳ ଶାସନ ଲାଗି ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ରାଜ୍ୟପାଳ ଏନ.ଏନ. ଭୋରା ଆଜି ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି।  ବିଭିନ୍ନ ପ୍ରକଳ୍ପର ଅଗ୍ରଗତିର ସମୀକ୍ଷା କରିବା ସହ ସେଗୁଡିକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ସାରିବା ପାଇଁ ରାଜ୍ୟପାଳ ମୁଖ୍ୟ ସଚିବଙ୍କ ସହ ଆଲୋଚନା କରିଛନ୍ତି। ଏଥିସହିତ ପୋଲିସର ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି ରାଜ୍ୟପାଳ। ତେବେ ଜାମ୍ମୁ ଓ କାଶ୍ମୀରରେ ରାଜ୍ୟପାଳ ଶାସନ ଲାଗୁ ହେବା ନୂଆ ନୁହେଁ। ଏହା ପୂର୍ବରୁ ମଧ୍ୟ ୭ଥର ଜାମ୍ମୁ-କାଶ୍ମୀରରେ ରାଜ୍ୟପାଳ ଶାସନ ଲାଗୁ ହୋଇସାରିଛି।

ଏବେ ଆସନ୍ତୁ ଜାଣିବା ଜାମ୍ମୁ-କାଶ୍ମୀରରେ କେଉଁ କେଉଁ ସମୟରେ ଲାଗୁ ହୋଇଥିଲା ରାଜ୍ୟପାଳ ଶାସନ

ଜାମ୍ମୁ ଓ କାଶ୍ମୀରରେ ଶେଖ ଅବଦୁଲ୍ଲାଙ୍କ ନ୍ୟାସନଲ କନଫରେନ୍ସ ସରକାର ଥିବା ବେଳେ ୧୯୭୭ ମସିହା ମାର୍ଚ୍ଚ ୨୬ ତାରିଖରେ ପ୍ରଥମଥର ୧୦୫ ଦିନ ପାଇଁ ଜାମ୍ମୁ-କାଶ୍ମୀରରେ ରାଜ୍ୟପାଳ ଶାସନ ଲାଗୁ ହୋଇଥିଲା। ଏହାପରେ ୧୯୮୬ ମସିହା ମାର୍ଚ୍ଚ ୬ ତାରିଖରେ ଦ୍ୱିତୀୟ ଥର ପାଇଁ ରାଜ୍ୟପାଳ ଶାସନ ଲାଗୁ ହୋଇଥିଲା।  ସେତେବେଳର ଗୁମାଲ ମହମ୍ମଦ ସରକାରଠାରୁ କଂଗ୍ରେସ ସମର୍ଥନ ଫେରାଇନେବା ପରେ ୨୪୬ ଦିନ ପର୍ଯ୍ୟନ୍ତ ରାଜ୍ୟପାଳ ଶାସନ ଲାଗିଥିଲା।

ସେହିପରି ତୃତୀୟ ଥର ପାଇଁ ୧୯ ଜାନୁୟାରୀ ୧୯୯୦ ହୋଇଥିଲା ରାଜ୍ୟପାଳ ଶାସନ  ପାଖାପାଖି ୬ ବର୍ଷ ୨୬୪ ଦିନ ପାର୍ଯ୍ୟନ୍ତ ଲାଗୁ ହୋଇଥିଲା। ସେତେବେଳେ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲା ନିଜ ପଦରୁ ଇସ୍ତଫା ଦେବା ପରେ ରାଜ୍ୟପାଳ ଶାସନ ଆରମ୍ଭ ହୋଇଥିଲା।

ଏହାପରେ ୨୦୦୨ରେ ଚତୁର୍ଥ ଥର ପାଇଁ ମାତ୍ର ୧୫ ଦିନ ପର୍ଯ୍ୟନ୍ତ ରାଜ୍ୟପାଳ ଶାସନ ଲାଗୁ ହୋଇଥିଲା। ଝୁଲା ବିଧାନସଭା ନିର୍ବାଚନ ଫଳାଫଳ  ପାଇଁ ଏଭଳି ପରିସ୍ଥିତି ଉପୁଜି ଥିଲା। ଏହାପରେ ପିଡିପି କଂଗ୍ରେସ  ସହ ମିଶି ମେଣ୍ଟ ସରକାର ଗଠନ କରିବା ପରେ ରାଜ୍ୟପାଳ ଶାସନ ପ୍ରତ୍ୟାହୃତ ହୋଇଥିଲା।

ପଞ୍ଚମ ଥର ପାଇଁ ୨୦୦୮ରେ କଂଗ୍ରେସ ପିଡିପିଠାରୁ ସମର୍ଥନ ଫେରାଇ ଆଣିବା ପରେ ରାଜ୍ୟରେ ୧୭୮ ଦିନ ପାଇଁ ଲାଗୁ ହୋଇଥିଲା ରାଜ୍ୟପାଳ ଶାସନ।

ପୁଣି ଥରେ ୨୦୧୫ରେ ରାଜ୍ୟରେ ୫୧ ଦିନ ପାଇଁ ରାଜ୍ୟପାଳ ଶାସନ ଲାଗୁ ହୋଇଥିଲା ସେତେବେଳର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ନିଜ ପଦରୁ ଇସ୍ତଫା ଦେବାପରେ ଏଭଳି ପରିସ୍ଥିତି ଦେଖା ଦେଇଥିଲା।

ବିଜେପି -ପିଡିପି ମେଣ୍ଟ ସରକାର ଗଠନ କରିଥିଲେ। ଏହାପରେ ଶେଷ ଥର ପାଇଁ ୮ ଜନୁୟାରୀ ୨୦୧୬ରେ ରାଜ୍ୟରେ ଲାଗୁ ୮୭ ଦିନ ପାଇଁ ରାଜ୍ୟପାଳ ଶାସନ ହୋଇଥିଲା ପିଡିପି ମୁଖ୍ୟ ମୁଫ୍‌ତି ମହମ୍ମଦ ସୟିଦଙ୍କ ମୃତ୍ୟୁ ପରେ ରାଜ୍ୟରେ ସପ୍ତମ ଥର ପାଇଁ ଲାଗୁ ହୋଇଥିଲା ରାଜ୍ୟପାଳ ଶାସନ।

 

You might also like