ହିନ୍ଦୋଳ ଏନ୍ଏସି ନିର୍ବାଚନକୁ ନେଇ ରାଜନୈତିକ ହିଂସା
ଭୁବନେଶ୍ୱର : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏନ୍ଏସି ନିର୍ବାଚନକୁ ନେଇ ରାଜନୈତିକ ହିଂସା। ପ୍ରଚାର ବେଳେ ବିଜେଡି କର୍ମୀ ଆକ୍ରମଣ କରିଥିବା ଅଭିଯୋଗ କରିଛି ବିଜେପି। ଅଭିଯୋଗ ଅନୁସାରେ, ଗତକାଲି ୭ନମ୍ବର ଓ୍ୱାର୍ଡରେ ବିଜେପି କର୍ମୀମାନେ ପ୍ରଚାର କରୁଥିଲେ। ଏହି ସମୟରେ କିଛି ବିଜେଡି କର୍ମୀ ଅଶ୍ଲୀଳ ଭାଷାରେ ଗାଳିଗୁଳଜ କରିବା ପରେ ଆକ୍ରମଣ କରିଥିଲେ।
ଆକ୍ରମଣରେ ଦୁଇ ଜଣ ବିଜେପି କର୍ମୀ ଆହତ ହୋଇଛନ୍ତି। ଏନେଇ ଉଭୟ ଦଳ ପକ୍ଷରୁ ଥାନାରେ ମାମଲା ରୁଜୁ ହୋଇଛି। ସେପଟେ ବର୍ତ୍ତମାନ ପରିସ୍ଥିତି ଶାନ୍ତ ରହିଛି। ସୁରକ୍ଷା ଦୃଷ୍ଟିରୁ ଉକ୍ତ ଅଂଚଳରେ ପୋଲିସ ମୁତୟନ କରାଯାଇଛି ବୋଲି ଢେଙ୍କାନାଳ ଏସ୍ପି କହିଛନ୍ତି।
ସେପଟେ ଘଟଣା ନେଇ ବିଜେପି ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛି। ଦୋଷିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସହ ନିର୍ବାଚନକୁ ଅବାଧ ନିରପେକ୍ଷ କରିବାକୁ ବିଜେପି ଦାବି କରିଛି।